ଚଳିତ ବର୍ଷ ୧୦ ଦିନ ବିଳମ୍ବରେ ଆସିବ ମୌସୁମୀ

ଭୁବନେଶ୍ୱର()ଚଳିତ ବର୍ଷ ବିଳମ୍ବରେ ଆସିବ ମୌସୁମୀ । ଏଥର ଓଡ଼ିଶାକୁ ମୌସୁମୀ ଆଗମନ ୧୦ ଦିନରୁ ଅଧିକ ଡେରି ହୋଇପାରେ । ସମ୍ଭବତଃ ଜୁନ୍ ୨୦ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁପାରେ । ବର୍ତ୍ତମାନ ଓ ସମ୍ଭାବ୍ୟ ସ୍ଥିତିକୁ ନେଇ ଏଭଳି ପୂର୍ବାନୁମାନ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଆଞ୍ଚଳିକ ସ୍ୱତନ୍ତ୍ର ପାଣିପାଗ କେନ୍ଦ୍ର ମୁଖ୍ୟ ରାଜେନ୍ଦ୍ର ପ୍ରସାଦ ଜେନାମଣିଙ୍କ ଆକଳନ ହେଲା, ଆରବ ସାଗରରେ କେରଳ ଉପକୂଳ ପାଖରେ ଜୁନ୍ ପ୍ରଥମ ସପ୍ତାହରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ପରିଲକ୍ଷିତ ହୋଇଛି । ଏହା ପ୍ରଭାବରେ ଜୁନ୍ ପ୍ରଥମ ସପ୍ତାହରେ କେରଳରେ ବର୍ଷା ସମ୍ଭାବନା ଅଛି । ଅନୁମାନ କରାଯାଉଛି, ଏହା ଦକ୍ଷିଣ ପଶ୍ଚିମ ମୌସୁମୀକୁ ଅଗ୍ରଗତି କରିବାରେ ସହାୟକ ହେବ । ତେଣୁ ଜୁନ୍ ୧ରୁ ୫ ତାରିଖ ମଧ୍ୟରେ ମୌସୁମୀ କେରଳ ଉପକୂଳ ଛୁଇଁବା ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

5 − one =