୩୦ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା

ଭୁବନେଶ୍ୱର() ଗତକାଳିଠୁ ରାଜ୍ୟରେ ଆରମ୍ଭ ହୋଇଯାଇଛି କାଳବୈଶାଖୀ ବର୍ଷା ।ଆଜି ଦିନ ଭରି ବି ଏଭଳି ଅବସ୍ଥା ଜାରୀ ରହିବ । ଆସନ୍ତା ରବିବାର ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ଘଣ୍ଟାକୁ ୩୦ କିଲୋମିଟର ରୁ ଅଧିକ ଜୋରରେ ବର୍ଷା ହେବ । ଘଡଗଡି ବିଜୁଳୀ ମାରିବ । କୁଆପଥର ବର୍ଷା ହେବ । ଅଜି ସନ୍ଧ୍ୟା ସୁଦ୍ଧା କଟକ ,ଜଗତସିଂହପୁର,ଢ଼େଙ୍କାନାଳ,ଭଦ୍ରକ ,ବାଲେଶ୍ୱର ଓ ଖୋର୍ଦ୍ଧାରେ ୫୦ କିଲୋମିଟରରୁ ଅଧିକ ଜୋରରେ ପବନ ବହିବ । ରହି ରହି ବର୍ଷା ହେବ । ଢ଼େଙ୍କାନାଳ,ଅନଗୁଳ,ଭଦ୍ରକ,ବାଲୋଶ୍ୱର ଓ କେନ୍ଦ୍ରପଡାରେ ଅତିପ୍ରବଳ ବର୍ଷା ହେବ । କାଳବୈଶାଖୀ ବର୍ଷାର ପ୍ରଭାବ ସାରା ରାଜ୍ୟରେ ୩୦ ତାରିଖ ପର୍ଯ୍ୟନ୍ତ ରହିବ । ୨୯ ତାରିଖକୁ କିନ୍ତୁ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ଯାହା ପରେ ଲଘୁଚାପର ରୂପ ନେବ ।

Share

Leave a Reply

Your email address will not be published. Required fields are marked *

twelve − 1 =