ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର() ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ଏବେ ପାରାଦୀପ ଠାରୁ ୧୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ।  ସକ୍ରିୟ ଅବପାତ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ । ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତ ରୂପ ନେବ ।  ଗଭୀର ଅବପାତରେ ପରିଣତ ହୋଇ ଉତ୍ତର-ଉତ୍ତର ପୂର୍ବରେ ଗତି କରିବ ।  ଆସନ୍ତାକାଲି ଅର୍ଥାତ ୨୩ ତାରିଖ ଅପରାହ୍ଣରେ ଗଭୀର ଅବପାତ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।  ସାଗର ଦ୍ୱୀପପୁଞ୍ଜ ଓ ବାଂଲାଦେଶ  ଖେପୁପଡ଼ା ମଧ୍ୟରେ ଗଭୀର ଅବପାତ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ  ପାଣିପାଗ  କେନ୍ଦ୍ର ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଏହା ପୂର୍ବରୁ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇ କହିଥିଲେ ଯେ,  ବଙ୍ଗୋପସାଗରରେ ୱେଲମାର୍କଡ ଲଘୁଚାପ ଅବପାତରେ ପରିଣତ ପରେ  ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।  ଆଜି ଠାରୁ ଅଧିକ ବର୍ଷା ସହ କୋହଲା ପବନ ଲାଗି ରହିବ ।  ଗ୍ରାମାଞ୍ଚଳରେ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି ।  ପୌରାଞ୍ଚଳରେ ମଧ୍ୟ ଡ୍ରେନେଜକୁ ନେଇ ସମସ୍ୟା ହୋଇପାରେ ।  ବିଶେଷ କରି ସମୁଦ୍ରକୁ ଲାଗିଥିବା ଅଞ୍ଚଳ ବେଶି ପ୍ରଭାବିତ ହେବ ।  ସମୁଦ୍ରରେ ଏହାର ପ୍ରଭାବ ବେଶି ରହିବାକୁ ଥିବାବେଳେ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

seventeen − thirteen =