୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ରାଜ୍ୟରେ କୋହଲା ସାଙ୍ଗକୁ ଆରମ୍ଭ ହୋଇଛି ଝିପିଝିପି ବର୍ଷା ।ଏଭଳି ପାଗ ଆସନ୍ତା ୮ତାରିଖ ପର୍ୟ୍ୟନ୍ତି ଲାଗି ରହିବ ।ପରିସ୍ଥିତିକୁ ନଜରରେ ରଖି ୫ ଦିନ ପର୍ୟ୍ୟନ୍ତ ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ଉପକୂଳ ଓଡିଶାରେ ଅଧିକ ଘଡଘଡି , ବଜ୍ରପାତ ଓ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

କେନ୍ଦୁଝର, ମୟୂରଭଞ୍ଜ,  ବାଲେଶ୍ୱର, କନ୍ଧମାଳ, ରାୟଗଡା, ବୌଦ୍ଧ, ସୁନ୍ଦରଗଡ, କଳାହାଣ୍ଡି, ଢ଼େଙ୍କାନାଳ ଓ କଟକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

1 × one =