ସାମୁଦ୍ରିକ ଝଡ ‘ନୌଲ୍‌’ ପ୍ରଭାବରେ ୨୦ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

ଭୁବନେଶ୍ୱର ()  ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ନୌଲ୍‌’ ର ପ୍ରଭାବରେ ବଙ୍ଗୋପ ସାଗରରେ ଆସନ୍ତା ରବିବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହାର ଠିକ୍ ଗୋଟିଏ ଦିନ ପରେ ବଙ୍ଗୋପ ସାଗରରେ ଏହା ଅବପାତ ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ରବିବାର ରାତି ସୁଦ୍ଧା ଏହା ପଶ୍ଚିମ ବଂଗରେ ଅନୁଭୂତ ହେବା ସମ୍ଭାବନା ଥିବା ବେଳେ ଏହାର ଗତି ଝାଡଖଣ୍ଡ ଓ ଛତିଶଗଡ ମୁହାଁ ହେବ ଏବଂ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ।

ଏହାର ପ୍ରଭାବରେ ଉତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେପ୍ଟେମ୍ବର ୨୦ ଓ ୨୧ରେ ପ୍ରବଳରୁ  ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ସେପ୍ଟେମ୍ବର ୨୨ ତାରିଖରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ସେପ୍ଟେମ୍ବର ୧୯ ରୁ ୨୧ ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

two − one =