ଜିଏସଟି ଦେଶର ମେରୁଦଣ୍ଡ ଭାଙ୍ଗିଛି : ରାହୁଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି। ମୋଦି ଦେଶକୁ ଧ୍ୱଂସ କରିଛନ୍ତି। ବିମୁଦ୍ରୀକରଣ ଓ ଜିଏସଟି ଦେଶର ମେରୁଦଣ୍ଡ ଭାଙ୍ଗିଛି। ଗତ ୫ ବର୍ଷରେ ଦେଶର ବହୁତ କ୍ଷତି ହୋଇଛି। ଦେଶର ଟଙ୍କା ଲୁଟ୍ ହେଉଛି। ଈଔଚ-ଈଔଊ ମଡେଲ ସମାନ ବୋଲି ରାହୁଲ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କରିବା ଏହି ମଡେଲର ଲକ୍ଷ୍ୟ। କଂଗ୍ରେସ ଗଣତାନ୍ତ୍ରିକ ବିଚାରଧାର ଉପରେ ବିଶ୍ୱାସ କରେ। ୧୮ ବର୍ଷ ହେବ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଚାଷୀ ଓ ଦଳିତ ଆଦାବାସୀଙ୍କ ପାଇଁ କ’ଣ କରିଛନ୍ତି ନବୀନ। ନୀରବ ମୋଦି,ମେହୁଲ ଚୋସକିଙ୍କ କଥା ଉଠାଇଲେ ରାହୁଲ । ଉତ୍ପାଦନରେ ଚୀନ୍ ତାର ଦବ୍ଦବା ଜାରି ରଖିଛି । ଭାରତରେ ନିଯୁକ୍ତି ସୁଯୋଗ ବଢୁନି, କୃଷି ହେଉଛି ଦେଶର ମେରୁଦଣ୍ଡ। ଦେଶରେ ସବୁ ସମସ୍ୟାର ସମାଧାନ ଜଣଙ୍କ ହାତରେ ନାହିଁ ବୋଲି ରାହୁଲ କହିଛନ୍ତି। ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ। ସେଠାରୁ ଟାଉନ୍ ହଲ୍ କାର୍ୟ୍ୟକ୍ରମରେ ଯୋଗଦେଇଛନ୍ତି ରାହୁଲ।

Share

Leave a Reply

Your email address will not be published. Required fields are marked *

4 + nine =