ଦିଲ୍ଲୀରେ ସବୁ ରାଜ୍ୟ ମୁଖିଆଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିବର୍ାଚନ ପାଇଁ କଂଗ୍ରେସର ରଣନିତୀ । ଏଥି ପାଇଁ ଆଜି ଦିଲ୍ଲୀରେ ସବୁ ରାଜ୍ୟର କଂଗ୍ରେସ ପ୍ରଦେଶ ମୁଖ୍ୟଙ୍କୁ ସାକ୍ଷାତ କରିଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଗାମୀ ନିର୍ବାଚନରେ କେଉଁ ପ୍ରସଙ୍ଗକୁ ଆଧାର କରି ନିର୍ବାଚନ ପ୍ରଚାର କରିବେ ଏବଂ ଶାସକ ଦଳକୁ ଘେରିବେ ସେ ନେଇ ରାଜ୍ୟ ନେତା ମାନଙ୍କ ସହ ଆଲୋଚନା କରିଛନ୍ତି ରାହୁଲ ।ବିଶେଷ କରି ଏନଡିଏ ସରକାର ବିରୋଧରେ ରାଫେଲ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରିବାକୁ କଂଗ୍ରେସ ଯୋଜନା କରୁଥିବା ସୂଚନା ମିଳିଛି । ରାଫେଲ ଡିଲ୍ ଦେଶରେ ସବୁଠାରୁ ବଡ ପ୍ରତିରକ୍ଷା ଦୁର୍ନୀତି ବୋଲି କଂଗ୍ରେସ ଅଧ୍ୟକ୍ଷ କହି ଆସୁଛନ୍ତି । ଏହି ବୈଠକରେ ଓଡିଶାରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ସାମିଲ ହୋଇଛନ୍ତି । ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି ଆଗାମୀ ୩ଦିନ ଧରି ରାଜ୍ୟରେ ମାରାଥନ ବୈଠକ ଚାଲିବ । ଆଗାମୀ ନିର୍ବାଚନ ପାଇଁ କ’ଣ ରଣନୀତି ହେବା କିପରି ନିର୍ବାଚନ ପ୍ରଚାର କରାଯିବ ସେନେଇ ଆଲୋଚନା ହେବ ।

Share

Leave a Reply

Your email address will not be published. Required fields are marked *

13 − twelve =