ପୁଣି ଆସୁଛି ଆଉ ଏକ ଲଘୁଚାପ, ସତର୍କ ରୁହ ଏହି ସବୁ ଜିଲ୍ଲା

ଭୁବନେଶ୍ୱର()  ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  । ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା କୁହାଯାଇଛି  । ୧୩ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି  । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  । ତେବେ ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି  । ଆନ୍ଧ୍ର ଉପକୂଳରେ ଏହା ସୃଷ୍ଟି ହୋଇଥିବାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । କୋରାପୁଟ, ନବରଙ୍ଗପୁର, ଗଞ୍ଜାମ ଆଦି ଜିଲାକୁ ସତର୍କ ରହିବା ପାଇଁ କୁହାଯାଇଛି  । ତେବେ ନିକଟରେ ଲାଗ ଲାଗ ୩ଟି ଲଘୁଚାପ ହେବାରୁ ବିଭିନ୍ନ ନଦୀରେ ବନ୍ୟା ହୋଇଥିଲା  । ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  ।

Share

Leave a Reply

Your email address will not be published. Required fields are marked *

3 × four =