ଆଜିଠୁ ଦୁଇଦିନ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେବାୟତଙ୍କ ପରିବାର

ପୁରୀ: ଆଜିଠୁ ଖୋଲିଲା ଶ୍ରୀମନ୍ଦିର । ପ୍ରଥମ ଦୁଇଦିନ ତଥା ଆଜି ଏବଂ ଆସନ୍ତାକାଲି ମହାପ୍ରଭୁଙ୍କ ଦର୍ଶନ କରିବେ ସେବାୟତ ପରିବାର । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସକାଳ ୭ ଟାରୁ ସନ୍ଧ୍ୟା ୭ଟା ପର‌୍ୟ୍ୟନ୍ତ ରହିଛି । ଆଜି ସକାଳୁ ସେବାୟତ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । ଅଧାରକାର୍ଡ, ଭୋଟର ପରିଚୟପତ୍ର, ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଯେକୌଣସି ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ସେବାୟତ ପରିବାର ।

ଅନ୍ୟପଟେ ଆସନ୍ତା ୧୪ ଓ ୧୫ ତାରିଖ ଦୁଇଦିନ ସଟଡାଉନ ଥିବା ହେତୁ ଶ୍ରୀମନ୍ଦିର ବନ୍ଦ ରହିବ । ଏହାପରେ ୧୬ ତାରିଖରୁ ୨୦ ତାରିଖ ଭିତରେ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ । ପୁଣି ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିର ଭିତରେ ସମସ୍ତ କୋଭିଡ ଗାଇଡଲାଇନ ପାଳନ କରିବା ବାଧ୍ୟତାମୂଳକ ।

Share

Leave a Reply

Your email address will not be published. Required fields are marked *

twelve − 11 =