ଆଉ ଅଳ୍ପ ସମୟ ମଧ୍ୟରେ ବସିବ ପୁନର୍ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ନିକଟରେ ଶ୍ରମନ୍ଦିର ପରିଚାଳନା କମିଟି ଗଠନ ହୋଇଛି । ତେବେ ନୂଆ କମିଟି କଣ ସଂସ୍କାର ଆଣୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ପୁନର୍ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ବସିବ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଯୋଗ ଦେବେ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସମ୍ଭାବନା ରହିଛି । ହେରିଟେଜ୍ କରିଡର, ସେବାୟତଙ୍କ କଲ୍ୟାଣ, ନୂଆ ସବକମିଟି ଗଠନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇପାରେ । ପୁରୀରେ ଗୁରୁକୁଳ ନିର୍ମାଣ ପ୍ରସଙ୍ଗ ମଧ୍ୟ ବୈଠକରେ ଏଜେଣ୍ଡାରେ ରହିଛି ।ଆଜି ରେଖାପଞ୍ଚମୀ ଅବସରରେ ମହାପ୍ରଭୁଙ୍କୁ ସୁବର୍ଣ୍ଣର ରାହୁରେଖା ଲାଗି କରାଯିବ । ଏଥିପାଇଁ ଅପରାହ୍ନ ୨ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Share

Leave a Reply

Your email address will not be published. Required fields are marked *

5 + sixteen =