ସାଧାରଣ ଭକ୍ତଙ୍କୁ ଦୁଇଦିନ ଶ୍ରୀମନ୍ଦିର ମନା

ପୁରୀ: ଦୁଇଦିନ ଲାଗି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ଆଜି ରବିବାର ଶ୍ରୀମନ୍ଦିର ସାନିଟାଇଜେସନ ଲାଗି ବନ୍ଦ ରହିଥିବାବେଳେ ଆସନ୍ତାକାଲି ପଞ୍ଚକ ପ୍ରଥମ ଦିନ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୁରୀରେ ପଞ୍ଚୁକରୁ କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟରେ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । ଚଳିତ ବର୍ଷ ହବିଷ୍ୟାଳିଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିନାହିଁ । କାର୍ତ୍ତିକ ମାସ ଗାଇଡଲାଇନରେ ଖୋଲାଖୋଲି ଭାବେ କୁହାଯାଇଥିଲା । ତେବେ ମଙ୍ଗବାର ଶ୍ରୀମନ୍ଦିର ଖୋଲିବା ପରେ ସାଧାରଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

Share

Leave a Reply

Your email address will not be published. Required fields are marked *

nineteen − 11 =