ମଠ ପାଇଁ ସବ କମିଟି

ପୁରୀ() ପୁରୀରେ ମଠ ଗୁଡିକର ପୁନର୍ଗଠନ ଓ ପୁନରୁଦ୍ଧାର ପାଇଁ ମଠ ଉନ୍ନୟନ ସବକମିଟି ଗଠନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର ସୂଚନା ଦେଇଛନ୍ତି ।

ଆଜି ପୁରୀ ଠାରେ ଗଜପତି ଦିବ୍ୟସିଂ ଦେବଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁÂିତ ହୋଇଥିଲା । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ପୁରୀ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ସଭ୍ୟମାନେ ଯୋଗ ଦେଇଥିଲେ । ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଶ୍ରୀକି୍ରଷନ କୁମାର ସମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ ପୁରୀରେ ରହିଥିବା ମଠ ଗୁଡିକର ପୁନରୁଦ୍ଧାର ଓ ପୁନର୍ଗଠନ ପାଇଁ ମଠ ଉନ୍ନୟନ ସବ କମିଠି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିରେ ସେମାନଙ୍କ ପରାମର୍ଶ ଓ ମତାମତକୁ ବିଚାରକୁ ନିଆଯିବ । ସେ କହିଲେ ଯେ ଏହି ସବ କମିଟି ପୁରୀ ରଥଦାଣ୍ଡ ଓ ଗୁଣ୍ଡିଚା ମନ୍ଦିରର ଉନ୍ନତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବ । ଶ୍ରୀମନ୍ଦିରର ଶ୍ରୀ ବୃଦ୍ଧି ପାଇଁ କଳିଙ୍ଗ ସ୍ଥାପତ୍ୟ ଆଧାରରେ ଏସବୁର ଉନ୍ନତି କରଣ କରାଯିବ । ସେ କହିଥିଲେ ଯେ ପୁରୀ ସହରର ବିକାଶ ସହିତ ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ କରଣ ସମ୍ପର୍କରେ ପରିଚାଳନା କମିଟି ବୈଠକରେ ସହମତି ପ୍ରକାଶ ପାଇଥିଲା ।

Share

Leave a Reply

Your email address will not be published. Required fields are marked *

1 × 1 =