ଶ୍ରୀମନ୍ଦିର ପାଇଁ ୧୦୨ କୋଟି

ଆଜି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ବୈଠକ ଡ଼କାଯାଇ ୨୦୧୯-୨୦ମସିହା ପାଇଁ ବଜେଟ୍ ଉପସ୍ଥାପିତ କରାଯାଇଛି । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ଏହି ବଜେଟ୍ ଉପସ୍ଥାପିତ କରିଛନ୍ତି । ଏହି ବୈଠକରେ ଗଜପତି ମହାରାଜା ଶ୍ରୀମନ୍ଦିର ପାଇଁ ସର୍ବମୋଟ ୧୦୨କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରିଥିବା ଜଣା ପଡ଼ିଛି । ସେ ମଧ୍ୟରେ ଶ୍ରୀମନ୍ଦିର ପାଇଁ ୭୮କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ଦାନ ଅର୍ଥ ବଢ଼ାଇବା ପାଇଁ ବଜେଟ୍ରେ ନିଷ୍ପତ୍ତି ନିଆ ଯାଇଛି ।

ଏହା ସହ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ୩୮କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ନିଷ୍ପତ୍ତି ନିଆ ଯାଇଥିବ ବେଳେ ସେବକ କଲ୍ୟାଣ ପାଣ୍ଠି ପାଇଁ ୫କୋଟି ଟଙ୍କାର ଖର୍ଚ୍ଚ ବଜେଟ୍ କରାଯାଇଛି । ବଜେଟ୍ରେ ରଥଯାତ୍ରା ପାଇଁ ୬କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

three × five =