୨ଦିନ ବନ୍ଦ ରହିବ ଉଚ୍ଛେଦ ପ୍ରକ୍ରିୟା

ପୁରୀ() ଆସନ୍ତାକାଲି ଓ ଗଣେଶ ପୂଜା ଦୁଇଦିନ ଧରି ଉଚ୍ଛେଦ କାର୍ୟ୍ୟ ବନ୍ଦ ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ । ଏହି ଭିତରେ ଏମାର ମଠରେ ଥିବା ମନ୍ଦିର ଓ ବାକି କୋଠରୀର ଯାଞ୍ଚ କରାଯିବ ବୋଲି କହିଛନ୍ତି ବଲୱନ୍ତ ସିଂ ।

ଶ୍ରୀମନ୍ଦିରର ଚର୍ତୁପାଶ୍ୱର୍ରୁ ୭୫ ମିଟର ପର୍ୟ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟାକୁ ସୁପ୍ରିମକୋର୍ଟରେ କିଛି ବ୍ୟକ୍ତି ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ଏହି ମାମଲାକୁ ଖାରଜ କରି ଉଚ୍ଛେଦ ପ୍ରକିୟା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ସୁପ୍ରିମକୋର୍ଟ । ଏହାପରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । କିନ୍ତୁ ଆସନ୍ତାକାଲି ଓ ଗଣେଶ ପୂଜା ଦୁଇଦିନ ଧରି ଉଚ୍ଛେଦ କାର୍ୟ୍ୟ ବନ୍ଦ ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।

Share

Leave a Reply

Your email address will not be published. Required fields are marked *

19 − 8 =