ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ

ପୁରୀ: ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଥୁଆ ହୋଇଥିବା ରଥ ଭଙ୍ଗା କାର‌୍ୟ୍ୟ ଆରମ୍ଭ ହୋଇଛି । ୧୦ ଜଣ ଭୋଇ ସେବାୟତଙ୍କ ଦ୍ୱାରା ରଥ ଭଙ୍ଗା କାର‌୍ୟ୍ୟ ଆରମ୍ଭ କରାଯାଇଛି । ପ୍ରଥମେ ମା ଶୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଯାଇଛି । ଏହାପରେ ପ୍ରର‌୍ୟ୍ୟାୟ କ୍ରମେ ଅନ୍ୟ ଦୁଇଟି ତାଳଧ୍ୱଜ ଏବଂ ନନ୍ଦିଘୋଷ ରଥ ଭଙ୍ଗାଯିବ । ଆସନ୍ତା ୧୬ ତାରିଖରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲୁଥିବାରୁ ଯଥାଶୀଘ୍ର ରଥା ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତା ୧୬ ତାରିଖରୁ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କୁ ମହାପ୍ରକୁଙ୍କ ଦର୍ଶନ ପାଇଁ ଅନୁମତି ରହିଛି । ଏହାପରେ ଅଗଷ୍ଟ ୨୩ରୁ ସମସ୍ତେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ।

Share

Leave a Reply

Your email address will not be published. Required fields are marked *

thirteen + sixteen =