ପହଞ୍ଚିଲା ରଥ ଦଉଡି

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ଲାଗି ପୁରୀରେ ପହଞ୍ଚିଲା ରଥ ଦଉଡି । ୧୪ ଟି ରଥ ଓ ୬ ଟି କର୍ଡନ ଦଉଡି ପହଞ୍ଚିଛି। ମୋଟ ୨୦ଟି ଦଉଡି ପ୍ରସ୍ତୁତ କରିଛି ବୀରପ୍ରତାପପୁରରେ ଥିବା ରାଜ୍ୟ ସମବାୟ କତା ନିଗମ । ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର କୋଭିଡ କଟକଣା ମାନି ଏହାକୁ ପ୍ରସ୍ତୁତ କରିଛନ୍ତି କ୍ଷ ଆଜି ଏହି ଦଉଡି ଶ୍ରୀମନ୍ଦିର ପ୍ରଶାସନ କାର‌୍ୟ୍ୟାଳୟ ରେ ପହଂଚିଛି। ତେବେ ରଥ ଦଉଡିର ଲମ୍ବ ୨୨୦ ଫୁଟ ହୋଇଥିବା ବେଳେ ଏହାର ଗୋଲେଇ ରହିଛି ୮ ଇଞ୍ଚ। ସେହିପରି ଆଉଟଡୋର କର୍ଡନ ଦଉଡିର ଲମ୍ବ ୪୫୦ ଫୁଟ ହୋଇଥିବା ବେଳେ ୪ ଇଞ୍ଚ ଗୋଲେଇ ରହିଛି। ଇନର କର୍ଡନର ଲମ୍ବ ୧୦୦ ମିଟର ସହ ଗୋଲେଇ ୪ ଇଞ୍ଚ ରହିଛି।

ଗତବର୍ଷ ଭକ୍ତମାନେ ରଥ ଟାଣି ନଥିଲେ । ତେବେ ଚଳିତବର୍ଷ ମଧ୍ୟ ଲକଡାଉନ ଲାଗିରହିଛି । ସେପଟେ ମହାପ୍ରଭୁଙ୍କ ରଥଯାତ୍ରା ସବୁ ନୀତିକାନ୍ତିରେ ଚାଲିଛି । ରଥକାଠ ଆଣିବାଠାରୁ ଆରମ୍ଭ କରି ରଥ ନିର୍ମାଣ ସମସ୍ତ କାର୍ଯ ସୁରୁଖୁରୁରେ ଚାଲିଛି ତେବେ ଚଳିତବର୍ଷ ରଥକୁ ଭକ୍ତମାନେ ଟାଣିବେ କି କେବଳ ସେବାୟତ ଏବଂ ପୋଲିସ କର୍ମଚାରୀ ଟାଣିବେ ତାଉପରେ ରହିଛି ସମସ୍ତଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

one × 2 =