ପୁରୀ ଜିଲ୍ଲାପାଳଙ୍କ ‘ମୋ ବେଳାଭୂମୀ’ ଅଭିଯାନ

ପୁରୀ () ପୁରୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପସନ୍ଦ ସି-ବିଚ ବା ବେଳାଭୂମୀ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ସମସ୍ତେ ବେଳାଭୂମୀକୁ ବୁଲିବାକୁ ଯାଆନ୍ତି । ଏପରିକି ଓଡିଶା ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ପସନ୍ଦ ମଧ୍ୟ ପୁରୀ ବେଳାଭୂମୀ । କିନ୍ତୁ ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ପର୍ଯ୍ୟଟକମାନେ ବେଳାଭୂମୀରେ ଯେତିକି ସମୟ ବିତାଇବା କଥା ସେତିକି ସମୟ ବିତାଉନାହାଁନ୍ତି । ତେଣୁ ଏବେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ନିଜ ଉଦ୍ୟମରେ ପୁରୀ ବେଳାଭୂମୀର ସଫେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ମୋ ବିଚ ବା ମୋ ବେଳାଭୂମୀ ଅଭିଯାନରେ ଏହି ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରେ ପୁରୀ ଜିଲ୍ଲା ପ୍ରଶାସନର ସଫେଇ କର୍ମଚାରୀଙ୍କ ସହ ସ୍ବେଚ୍ଛାସେବୀ ମଧ୍ୟ ନିୟୋଜିତ ହୋଇଛନ୍ତି । ବେଳାଭୂମୀରେ ପଡୁଥିବା ପ୍ଲାଷ୍ଟିକ ପାଣି ବୋତଲ, କାଚ ବୋତଲ, ପ୍ଲାଷ୍ଟିକ ଜରି, ପରିତ୍ୟକ୍ତ ଖାଦ୍ୟ ପୁଡିଆ, ପାନ ଓ ଗୁଟକା ଜରି ଓ ପ୍ଲାଷ୍ଟିକ ଚା କପ ଆଦିକୁ ବେଳାଭୂମୀରୁ ସଫେଇ ଆରମ୍ଭ ହୋଇଛି । ଏଥିପାଇଁ ସଫେଇ ଗାଡିର ମଧ୍ୟ ବ୍ୟବହାର କରାଯାଉଛି ।

ଯଦିଓ ବେଳାଭୂମୀର ବିଭିନ୍ନ ସ୍ଥାନରେ ଡଷ୍ଟବିନ ରଖାଯାଇଛି, ଏହାର କ୍ବଚିତ ବ୍ୟବହାର ହେଉଛି । ସ୍ଥାନୀୟ ବ୍ୟବସାୟୀ ଓ ପର୍ଯ୍ୟଟକମାନେ ମଧ୍ୟ ବେଳାଭୂମୀର ଜତ୍ନ ନେଉନାହାଁନ୍ତି । ଫଳରେ ଏହି ବେଳାଭୂମୀର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ନକରାତ୍ମକ ଧାରଣା ସୃଷ୍ଟି ହୋଇଥାଏ । ଏହି ସଫେଇ ଅଭିଯାନ ମାଧ୍ୟମରେ ବେଳାଭୂମୀରେ ବୁଲୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି ।

Share

Leave a Reply

Your email address will not be published. Required fields are marked *

twelve − five =