ପୁରୀ ଓ ଗୋପାଳପୁର ପର୍ଯ୍ୟଟକଙ୍କ ପସନ୍ଦିଆ ବିଚ

ଭୁବନେଶ୍ୱର () ସ୍ୱଚ୍ଛ ବେଳାଭୂମିରେ ଓଡ଼ିଶା ଆଗରେ । ରାଷ୍ଟ୍ରୀୟ ତଟ୍ଟୀୟ ଅନୁସନ୍ଧାନ କେନ୍ଦ୍ର ବା (ଏନସିସିଆର) ତରଫରୁ ହୋଇଥିବା ସର୍ଭେରେ ଦେଶର ୫ଟି ଶ୍ରେଷ୍ଠ ସ୍ୱଚ୍ଛ ବେଳାଭୂମୀ ମଧ୍ୟରେ ରହିଛି ଓଡ଼଼ିଶାର ଦୁଇଟି ବେଳାଭୂମି । ପୁରୀ ଦେଶର ଦ୍ୱିତୀୟ ସ୍ୱଚ୍ଛ ବେଳାଭୂମୀ ଭାବେ ଚିହ୍ନଟ ହୋଇଥିଲା ବେଳେ ଗୋପାଳପୁର ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟ ରାଜ୍ୟ ତୁଳନାରେ ପୁରୀ ଓ ଗୋପାଳପୁର ବେଳାଭୂମିକୁ ବେଶି ପସନ୍ଦ କରୁଛନ୍ତି ପର୍ଯ୍ୟଟକ ବୋଲି ଏହି ଏନସିସିଆର ସର୍ଭେ ରିପୋର୍ଟ କହୁଛି ।

ଦେଶର ୫ଟି ସ୍ୱଚ୍ଛ ଓ ପରିଚ୍ଛନ୍ନ ସମୂଦ୍ର ତଟ୍ଟୀୟ ବେଳାଭୂମି ମଧ୍ୟରୁ ଓଡ଼଼ିଶାର ପୁରୀ ବେଳାଭୂମି ଏବଂ ଗୋପାଳପୁର ବେଳାଭୂମି ବେଶ୍ ସଫାସୁତୁରା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ ତାମିଲନାଡୁର ଥିରୁଭାଞ୍ଜୁର ବେଳାଭୂମି, କେରଳର କାଝାକୋଟ୍ଟାମ ଏବଂ ଗୁଜୁରାଟର ଡୁମାସ ବେଳାଭୂମିକୁ ସ୍ୱଚ୍ଛ ବେଳାଭୂମି ତାଲିକାରେ ସ୍ଥାନ ମିଳିଛି । ସର୍ଭେ ରିପୋର୍ଟରେ ଏଭଳି ସମ୍ମାନ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି । ଆଉ ପର୍ଯ୍ୟଟକଙ୍କୁ ଆମନ୍ତ୍ରିତ କରି କହିଛନ୍ତି, ଭାରତର ସବୁଠାରୁ ସ୍ୱଚ୍ଛ ବେଳାଭୂମିଗୁଡ଼଼ିକ ଓଡ଼଼ିଶାରେ ରହିଛି ତେଣୁ ଶୀତକୁ ଭୁଲି ଥରେ ଓଡ଼ି଼ିଶା ଆସନ୍ତୁ, ସ୍ୱଚ୍ଛ ବେଳାଭୂମିରେ ଓଡ଼ିଶାର କଳା ସଂସ୍କୃତିର ମଜା ନିଅନ୍ତୁ ।

ମୋ ବିଚ କାର୍ଯ୍ୟକ୍ରମରେ ପୁରୀ ବେଳାଭୂମୀର ସଫେଇ ପାଇଁ ବଡ ଅଭିଯାନ ଆରମ୍ଭ ହୋଇଥିଲା । ପୁରୀ ଜିଲ୍ଲାପାଳ ବଲଓନ୍ତ ସିଂହଙ୍କ ନେତୃତ୍ୱରେ ଏହି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୁରୀ ବେଳାଭୂମୀର ୧୦୦ କିଲୋମିଟର ଅଞ୍ଚଳରେ ୧୯ଟି ସ୍ଥାନରେ ସଫେଇ କାର୍ଯ୍ୟ ହୋଇଥିଲା । ଏହାକୁ ବିଶ୍ୱର ସର୍ବବୃହତ ବେଳାଭୂମୀ ସଫେଇ ଅଭିଯାନ ବୋଲି କୁହାଯାଏ । ୧୦ ହଜାରରୁ ଅଧିକ ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଏହି ଅଭିଯାନରେ ସାମିଲ ହୋଇଥିଲେ ।

ସେହିଭଳି ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେ ସାଧାରଣ ଲୋକଙ୍କ ସହଯୋଗରେ ଗୋପାଳପୁର ବିଚ ସଫେଇ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଏହି ରିପୋର୍ଟରେ ଓଡିଶାର ବେଳାଭୂମୀ ଗୁଡିକ ଅପେକ୍ଷାକୃତ ଭାବେ ସ୍ୱଚ୍ଛ ବୋଲି କୁହାଯାଇଛି । ଏନସିସିଆର ପକ୍ଷରୁ ହୋଇଥିବା ସର୍ଭେକ୍ଷଣ ସମୟରେ ଓଡିଶାର ଚାରୋଟି ବେଳାଭୂମୀରୁ ୩୫ ଟନ ଅଳିଆ ସଂଗ୍ରହ ହୋଇଥିଲା । ସେପଟେ ତାମିଲନାଡୁର ୬ଟି ବେଳାଭୂମୀରୁ ୬୯୦୪ କେଟି, ମହାରାଷ୍ଟ୍ରର ୩ଟି ବେଳାଭୂମୀରୁ ୫୯୩୦ କେଜି ଓ କେରଳର ୫ଟି ବେଳାଭୂମୀରୁ ୯୫୧୯ କେଜି ଅଳିଆ ସଂଗ୍ରହ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

18 − fourteen =