ସାନିଟାଇଜ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ବ

ପୁରୀ()କରୋନା ପାଇଁ ପୁରୀ ବଡ଼ଦାଣ୍ଡ ସାନିଟାଇଜ ହୋଇଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ସାନିଟାଇଜ ହୋଇଛି । ବିଶୋଧନ କାର୍ଯ୍ୟରେ ୧୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜନ ହୋଇଛନ୍ତି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ବତ୍ତର୍ମାନ ରାଜ୍ୟରେ ୩୭ଆକ୍ଟିଭ କେସ୍ ରହିଛି । କରୋନା ସତର୍କତା ନେଇ ବିଭିନ୍ନ ପ୍ରକାର ପଦକ୍ଷେପ ରାଜ୍ୟସରକାରଙ୍କ ପକ୍ଷରୁ ନିଆଯାଇଛି । ସଂକ୍ରମଣ ହୋଇଥିବା ଜାଗା ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜାଗା ମଧ୍ୟ ବିଶୋଧନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

2 − 2 =