ପୁରୀରେ ସମସ୍ତ କଟକଣାକୁ ପ୍ରତ୍ୟାହାର

ପୁରୀ()  ଦୀର୍ଘ ଦିନର ଅପେକ୍ଷା ପରେ ପୁରୀ ସହରକୁ ମୁକ୍ତ କରାଯାଇଛି  । ପର୍ଯ୍ୟଟକ ପୁରୀକୁ ଆସି ବୁଲାବୁଲି କରିପାରିବେ  । ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଯେଉଁ ସବୁ କଣକଣା ରହିଥିଲା ତାକୁ ପ୍ରତ୍ୟାହାର କରି ନିଆଯାଇଛି । ବିଭିନ୍ନ ସ୍ଥାନରେ ଥିବା ନାକାବନ୍ଦୀକୁ ପ୍ରତ୍ୟାହାର କରି ନିଆଯାଇଥିବା ବେଳେ ହୋଟେଲ ଗୁଡ଼ିକୁ ବୁକିଂ ଅନୁମତି ଦିଆଯାଇଛି  । ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ତଥା ଦୁର୍ବଳ ଅର୍ଥନୀତିକୁ ସଜାଡ଼ିବା ପାଇଁ ଜିଲ୍ଲା ପ୍ରଶାସନ ଏପରି ବଡ଼ ନିଷ୍ପତ୍ତି ନେଇଛି ବୋଲି ଜିଲ୍ଲାପାଳ ବଳୱନ୍ତ ସିଂ କହିଛନ୍ତି ।
ଜିଲ୍ଲାପାଳ ଶ୍ରୀ ସିଂ ସୂଚନା ଦେଇଛନ୍ତି ଯେ, କରୋନା ପାଇଁ ପୁରୀ ପର୍ଯ୍ୟଟନ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି । ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । କେନ୍ଦ୍ର ତଥା ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ଆମେ ତ୍ୱରାନ୍ୱିତ କରିବୁ । ହୋଟେଲ ପ୍ରାୟ ସବୁ ଖୋଲି ସାରିଲାଣି । ହୋଟେଲଗୁଡ଼ିକୁ ବୁକିଂ ପାଇଁ ବି ଅନୁମତି ଦିଆସରିଛି । ଜିଲ୍ଲାର ପ୍ରବେଶ ପଥରେ ନାକାବନ୍ଦୀକୁ ହଟାଇ ଦିଆଯାଇଛି । ଯେଉଁ ପର୍ଯ୍ୟଟକମାନେ ପୁରୀକୁ ଆସିବାକୁ ଚାହୁଁଛନ୍ତି, ସେମାନେ ଆସିପାରିବେ । ହୋଟେଲ ଗୁଡ଼ିକରେ ରହି କୋଣାର୍କ ମନ୍ଦିର ଓ ଅନ୍ୟ ସ୍ଥାନ ବୁଲିପାରିବେ । କିନ୍ତୁ କରୋନା ନିୟମାବଳୀକୁ ମାନି ପର୍ଯ୍ୟଟକଙ୍କୁ ଚଳିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ  । ଯଦି କେହି ବୁଲିବାକୁ ଆସୁଛନ୍ତି ସତର୍କତାର ସହ ଆସିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ପୂର୍ବରୁ ପର୍ଯ୍ୟଟକ ତଥା ଜିଲ୍ଲା ବାହାର ଲୋକଙ୍କୁ ଜିଲ୍ଲାରେ ପ୍ରବେଶ ଉପରେ କଟକଣା ଲଗାଇଥିଲା । ବାହାର ଗାଡ଼ିକୁ ଜିଲ୍ଲାରେ ପ୍ରବେଶ ଅନୁମତି ମିଳୁନଥିଲା । ଯେଉଁମାନେ ଜରୁରୀ କାମରେ ଆସୁଥିଲେ, ସେମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ପିପିଲି ଟୋଲ ଗେଟ ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଗାଡ଼ିମୋଟର ଯାଞ୍ଚ କରାଯାଉଥିଲା  ।

Share

Leave a Reply

Your email address will not be published. Required fields are marked *

6 + 9 =