ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦ ବନ୍ଦାପନା ନୀତି

ପୁରୀ() ଭାଦ୍ରବ ପୂର୍ଣ୍ଣମୀ ବୁଧବାର ଶ୍ରୀମନ୍ଦିରରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦ ବନ୍ଦାପନା ନୀତି ସମ୍ପନ୍ନ ହେବ । ସନ୍ଧ୍ୟାରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ । ଦକ୍ଷିଣି ଘରୁ ବିଜେ ହେବେ ଦୋଳଗୋବିନ୍ଦ ।

ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ସିଂହଦ୍ୱାରସ୍ଥିତ ବଡ଼ଛତା ମଠ ପାଶ୍ୱର୍ରେ ଦୋଳଗୋବିନ୍ଦ ବିରାଜମାନ ହେବେ । ସେଠାରେ ଇନ୍ଦ୍ର, ଚନ୍ଦ୍ର, ଗୋବିନ୍ଦଙ୍କୁ ବନ୍ଦାପନା କରାଯିବ । ବନ୍ଦାପନା ପରେ ପ୍ରତିମାମାନେ ଦେଉଳକୁ ବାହୁଡ଼ା ବିଜେ କରିବେ ।

Share

Leave a Reply

Your email address will not be published. Required fields are marked *

four × three =