ଶ୍ରୀମନ୍ଦିର ଖୋଲିବା ନେଇ ପିଟିସନ ଦାୟର

ଭୁବନେଶ୍ବର() ପୁରୀ ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ୨ଟି ପୃଥକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି ।  ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସବୁ ମନ୍ଦିର ଖୋଲିବାକୁ ପିଟିସନ ଦାୟର କରାଯାଇଛି ।  ଏନେଇ ପୁରୀର ଜଣେ ଭକ୍ତ ଶ୍ରୀମନ୍ଦିର ଖୋଲିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ।  ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦେବାକୁ ପିଟିସନରେ ଉଲ୍ଲେଖ କରାଯାଇଛି ।

ସେହିପରି କାକଟପୁର ମା’ ମଙ୍ଗଳା ପୀଠର ୧୫ ପୂଜାରୀଙ୍କ ପକ୍ଷରୁ ମଧ୍ୟ ମନ୍ଦିର ଖୋଲିବା ପାଇଁ ପିଟିସନ ଦାୟର କରିଛନ୍ତି ।  ସାଧାରଣ ଦର୍ଶନ ପାଇଁ ମା’ ମଙ୍ଗଳାଙ୍କ ମନ୍ଦିରକୁ ଖୋଲିବାକୁ ନିବେଦନ କରାଯାଇଛି ।  ଏହାଛଡ଼ା କରୋନା ସଂକଟ ବେଳେ ମନ୍ଦିର ବନ୍ଦ ରହିଥିବାରୁ ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ପୂଜାରୀମାନେ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି । ତେଣୁ ପୂଜାରୀମାନଙ୍କୁ ଆର୍ଥିକ ସହାୟତା ଦେବାକୁ ସେମାନେ ନିବେଦନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine − five =