ଆରମ୍ଭ ହେଲା ବଡ଼ଦାଣ୍ଡରେ ଉନ୍ନତି କାର୍ଯ୍ୟ

ପୁରୀ() ଆଜି ପୁରୀ ବଡଦାଣ୍ଡରେ ଥିବା ମୁନସିପାଲ ମାାର୍କେଟର ପୁନଃ ଉନ୍ନତି କାର୍ଯ୍ୟ ଓଡିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନ (ଓବିସିସି) ଦ୍ୱାରା ଆରମ୍ଭ କରାଯାଇଛି ।

ସୂଚନା ଅନୁସାରେ, କରୋନା ମହାମାରୀ ଓ ତାଲାବନ୍ଦ ପାଇଁ ଗତ ୨ମାସ ଧରି ଏହି ଉନ୍ନତି କାର୍ଯ୍ୟ ବନ୍ଦ ଥିଲା । ହେଲେ ଗତକାଲି ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରର ଉନ୍ନତି କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପୂର୍ବଭଳି କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

twelve − two =