ବନ୍ଧା ହେଲା ସାଇକୋ କିଲର

ଭୁବନେଶ୍ବର()  ବନ୍ଧା ହେଲା ସାଇକୋ କିଲର । ହତ୍ୟାକରୀ ନାରାୟଣ ସାହୁକୁ ବାନ୍ଧିଛି କମିଶନର ପୋଲିସ । କଟକରେ ୩ଟି ହତ୍ୟାକାଣ୍ଡ ପଛରେ ନାରାୟଣ ଥିବା ପୁଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ପାଖରେ ପହଂଚି ଥିଲା ପୋଲିସ । ପୂର୍ବରୁ ଗଂଜାମ ବେଲଗୁଣ୍ଡ ଅଂଚଳରେ ଏପରି କାଣ୍ଡ ଭିଆଇଥିଲା । ପୁଲିସ ପାଇଁ ଏହି ଅପରେସନ ବହୁତ ଚ୍ୟାଲେଞ୍ଜିଙ୍ଗ ଥଲା ।

ଗତ କିଛି ଦିନ ହେବ ତିନି ତିନିଟି ମୁଣ୍ଡ ନେବା ପରେ ପୋଲିସ ଆଖିରୁ ନିଦ ହଜାଇ ଦେଇଥିଲା ଏହି ସୈତାନ । ୨୪ ଘଣ୍ଟାରେ ୩ ଜଣଙ୍କ ହତ୍ୟା କରି ସାରା ସହରରେ ଭରୟ ବାତାବରଣ ଖେଳାଇ ଦେଇଥିଲା । ନିରାଶ୍ରୟ ଲୋକଙ୍କୁ, ରାତିରେ ବାହାରେ ଶୋଉଥିବା ଲୋକଙ୍କୁ ଏହି ସିରିଏଲ କିଲର ହତ୍ୟା କରୁଥିଲା । ପ୍ରଥମେ ପଥରରେ ଛେଚି, ପରେ ଗଳା କାଟି ହତ୍ୟା କରୁଥିଲା । ତେବେ ସମସ୍ତ ହତ୍ୟାକାଣ୍ଡ ସମାନ ଢଙ୍ଗରେ କରୁଥିଲା ଏହି କିଲର ।

Share

Leave a Reply

Your email address will not be published. Required fields are marked *

twenty − four =