ପ୍ରସ୍ତାବିତ ବାଡ଼ମିଣ୍ଟନ ଏକାଡେମୀ ରୂପରେଖ, ଦେଖନ୍ତୁ ଏହି ଭିଡ଼ିଓ …

ଭୁବନେଶ୍ୱର () ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବିଶ୍ବ ସ୍ତରୀୟ ବାଡ଼ମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର । ପୁଲେଲା ଗୋପିଚାନ୍ଦ ଫାଉଣ୍ଡେସନ ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା ଏହି କେନ୍ଦ୍ର ପାଇଁ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ ପକ୍ଷରୁ ସହଯୋଗର ହାତ ବଢାଯାଇଛି । କମ୍ପାନୀ ଏହି କେନ୍ଦ୍ର ପାଇଁ ତାହାର ସିଏସଆର ପାଣ୍ଠିରୁ 30 କୋଟି ଟଙ୍କା ପ୍ରଦାନ କରିବ । ରାଜ୍ୟରେ ବାଡ଼ମିଣ୍ଟନ କ୍ରୀଡ଼ାର ପ୍ରସାର ଓ ପ୍ରଚାର ପାଇଁ  ରାଜ୍ୟ ସରକାର ପୂର୍ବରୁ ପୁଲେଲା ଗୋପିଚାନ୍ଦ ଫାଉଣ୍ଡସେନ ସହ ପୂର୍ବରୁ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଚୂଡାନ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତରେ ଏହି ବିଶ୍ବ ସ୍ତରୀୟ ବାଡ଼ମିଣ୍ଟନ ଏକାଡେମୀ ସମ୍ପର୍କରେ ବିସ୍ତୃତ ବିବରଣୀ ରଖାଯାଇଥିଲା । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । 2020 ଡିସେମ୍ବର ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବା ସହ କାର୍ଯ୍ୟକ୍ଷମ ହେବ । ଏହି ଏକାଡେମୀର ପୁଲେଲା ଗୋପିଚାନ୍ଦଙ୍କ ସହ ବିଶ୍ବର ସୁନାମଧନ୍ୟ ବାଡ଼ମିଣ୍ଟନ ଖେଳାଳିମାନେ କ୍ରୀଡ଼ାବିତଙ୍କୁ ତାଲିମ ଦେବେ ।

ପ୍ରସ୍ତାବିତ ଏକାଡେମୀକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଗୋପିଚାନ୍ଦଙ୍କ ଭିଜନ ଓ ଦଲମିଆଙ୍କ ସହାୟତା ଦ୍ୱାରା ଏହା ଏକ ବିଶ୍ୱସ୍ତରୀୟ ଏକାଡେମୀ ହେବ । ରାଜ୍ୟ ସରକାର ଏଥିପାଇଁ। 3 ଏକର ଜମି ଯୋଗାଇଦେବେ । କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସରକାର ଏକ ଇଣ୍ଡୋର ହଲ ନିର୍ମାଣ କରୁଛନ୍ତି । ପ୍ରାରମ୍ଭିକ ସ୍ତରରେ ହକି ଏକାଡେମୀ ଏଠାରୁ କାର୍ଯ୍ୟ କରିବ । ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ସବୁ ସମୟରେ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନିକଟ ଅତୀତରେ ସରକାର ବିଭିନ୍ନ କ୍ରୀଡ଼ାରେ ଉତ୍ତମ ପ୍ରଶିକ୍ଷଣ ପାଇଁ ଉଦ୍ୟମ କରିଛନ୍ତି । ଏହି ଏକାଡେମୀ ଓଡିଶାକୁ ଆଗାମୀ ଦିନରେ କ୍ରୀଡ଼ାର ପେଣ୍ଠସ୍ଥଳି ଭାବେ ପରିଚୟ ଦେବ ।

ଏହି ଅବସରରେ ପୁଲେଲା ଗୋପିଚାନ୍ଦ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କ୍ରୀଡା ସଚିବ ବିଶାଳ ଦେବ, କ୍ରୀଡ଼ା ନିର୍ଦେଶକ ଭିନିଲ କ୍ରୀଷ୍ଣା, ଡାଲମିଆ ସିମେଣ୍ଟର ପରିଚଳନା ନିର୍ଦେଶକ ପୁନିତ ଡାଲମିଆ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

five × 3 =