ଜାନୁଆରୀରେ ବସିବ ପଦୋନ୍ନତି ଅଦାଲତ

ଭୁବନେଶ୍ୱର() ଯୋଗ୍ୟ ସରକାରୀ ଅଧିକାରୀଙ୍କ ପାଇଁ ବଡ ସୁଯୋଗ । ପଦୋନ୍ନତି ଦେବାକୁ ଜାନୁଆରୀରେ ୩ ଥର ବସିବ ପଦୋନ୍ନତି ଅଦାଲତ । ଆସନ୍ତା ୨୮, ୨୯ ଓ ୩୧ରେ ୬ଟି ସ୍ଥାନରେ ବସିବ ପଦୋନ୍ନତି ଅଦାଲତ । ୩୧ ଡିସେମ୍ବର ୨୦୧୯ ସୁଦ୍ଧା ପଦୋନ୍ନତି ଯୋଗ୍ୟ ସରକାରୀ ଅଧିକାରୀ ଆବେଦନ କରିପାରିବେ । ଏଥିପାଇଁ ଜାନୁଆରୀ ୨୩ ସୁଦ୍ଧା ଯୋଗ୍ୟ ସରକାରୀ ଅଧିକାରୀ ଆବେଦନ କରିପାରିବେ ।ଶବୟଜ୍ଞସଦ୍ଭ.କ୍ଟrଅଦ୍ଭସମ.ସଦ୍ଭ ଲିଙ୍କରେ କ୍ଲିକ କରି ଆବେଦନ କରିପାରିବେ ସରକାରୀ ବାବୁ ।

୬ଟି ସ୍ଥାନରେ ୬ ଜଣ ବରିଷ୍ଠ ଆଇଏଏସ ପଦୋନ୍ନତି ଅଦାଲତରେ ଶୁଣାଣି କରିବେ । ୬ ଜଣ ଆଇଏଏସଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବାଣ୍ଟି ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିବେ । ସେହିଭଳି ଗୋପବନ୍ଧୁ ଭବନରେ ଆଇଏଏସ ସୁରେଶ ମହାପାତ୍ର, କୃଷି ଭବନରେ ଆଇଏଏସ ପ୍ରଦୀପ୍ତ କୁମାର ମହାପାତ୍ର, କଳିଙ୍ଗ ଷ୍ଟାଡିୟମରେ ଆଇଏଏସ ଆର.କେ ଶର୍ମା, ଏସଆଇଆରଡି କନଫରେନ୍ସ ହଲରେ ଆଇଏଏସ ଅଧିକାରୀ ପ୍ରଦୀପ କୁମାର ଜେନା ଓ ଇଡକୋ କନଫରେନ୍ସ ହଲରେ ଆଇଏଏସ ଅଫିସର ମୋନା ଶର୍ମା ପଦୋନ୍ନତି ଅଦାଲତରେ ଶୁଣାଣି କରିବେ ।

Share

Leave a Reply

Your email address will not be published. Required fields are marked *

eighteen − ten =