ଆମ ଗାଁ ଆମ ବିକାଶରେ 1034 କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ

ଭୁବନେଶ୍ବର () ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜିକୁ ମିଶାଇ ମୋଟ 210ଟି ବ୍ଲକର 4575ଟି ଗ୍ରାମପଂଚାୟତ ପାଇଁ ମୋଟ 1034 କୋଟି 63 ଲକ୍ଷ ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହିସବୁ ପଂଚାୟତ ପାଇଁ 41ହଜାର 932ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଗାଁ ଲୋକଙ୍କ ସହ କଥା ହୋଇ ସେମାନଙ୍କ ଦ୍ବାରା ପ୍ରସ୍ତାବିତ ପ୍ରକଳ୍ପକୁ ମଂଜୁରୀ ଦେଉଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ବୟନ ଓ ସ୍ବଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହାରଣ ହୋଇପାରିଛି ।

ଆଜି ମୁଖ୍ୟମନ୍ତ୍ରୀ 9ଟି ଜିଲ୍ଲାର 10ଟି ବ୍ଲକ ଅନ୍ତର୍ଗତ 202ଟି ପଂଚାୟତ ପାଇଁ 46 କୋଟି 78 ଲକ୍ଷ ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କର, ଜଗତସିଂହପୁରର ବାଲିକୁଦା, ନୟାଗଡର ଓଡଗାଁ, ମୟୁରଭଂଜର ଠାକୁରମୁଣ୍ଡା, ସମ୍ବଲପୁରର ଯୁଜୁମରା, କେନ୍ଦୁଝରର ବଂଶପାଳ ଓ ଆନନ୍ଦପୁର, ଗଂଜାମର ବେଲଗୁଣ୍ଠା, ନବରଙ୍ଗପୁରର ଡାବୁଗାଁ ଓ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକର ଲୋକଙ୍କ ସହ ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂରେ କଥା ହୋଇଛନ୍ତି ।

ବାଲିଶଙ୍କର ବ୍ଲକର 19ଟି ପଂଚାୟତ ପାଇଁ 3 କୋଟି 80 ଲକ୍ଷ ଟଙ୍କା ବ୍ୟୟରେ 122ଟି ପ୍ରକଳ୍ପ, ବାଲିକୁଦାର 30ଟି ପଂଚାୟତ ପାଇଁ 6କୋଟି 50 ଲକ୍ଷ ଟଙ୍କାର 416ଟି ପ୍ରକଳ୍ପ, ଓଡଗାଁ ବ୍ଲକର 36ଟି ପଂଚାୟତ ପାଇଁ 8କୋଟି 25 ଲକ୍ଷ ଟଙ୍କା ବ୍ୟୟରେ 375ଟି ପ୍ରକଳ୍ପ, ଠାକୁରମୁଣ୍ଡା ବ୍ଲକର 18ଟି ପଂଚୟତ ପାଇଁ 4କୋଟି 50 ଲକ୍ଷ ଟଙ୍କାରେ 201ଟି ପ୍ରକଳ୍ପ, ଯୁଜୁମରା ବ୍ଲକର 18ଟି ପଂଚାୟତ ପାଇଁ 4 କୋଟି 14 ଲକ୍ଷ ଟଙ୍କା ବ୍ୟୟରେ 217ଟି ପ୍ରକଳ୍ପ, ବଂଶପାଳ ବ୍ଲକର 21ଟି ପଂଚାୟତ ପାଇଁ 4 କୋଟି 62 ଲକ୍ଷ ଟଙ୍କା ବ୍ୟୟରେ 147ଟି ପ୍ରକଳ୍ପ, ଆନନ୍ଦପୁରର 18ଟି ପଂଚାୟତ ପାଇଁ 4 କୋଟି 72 ଲକ୍ଷ ଟଙ୍କା ବ୍ୟୟରେ 130ଟି ପ୍ରକଳ୍ପ, ବେଲଗୁଣ୍ଠା ବ୍ଲକର 19ଟି ପଂଚାୟତ ପାଇଁ 4କୋଟି 75 ଲକ୍ଷ ଟଙ୍କା ବ୍ୟୟରେ 147ଟି ପ୍ରକଳ୍ପ, ଡାବୁଗାଁ ବ୍ଲକର 12ଟି ପଂଚାୟତ ପାଇଁ  କୋଟି ଟଙ୍କାରେ 130ଟି ପ୍ରକଳ୍ପ ଓ ତୁମୁଡିବନ୍ଧର 11ଟି ପଂଚାୟତ ପାଇଁ 2କୋଟି 50 ଲକ୍ଷ ଟଙ୍କାରେ 64ଟି ପ୍ରକଳ୍ପକୁ ମଂଜୁରୀ ମିଳିଛି ।

Share

Leave a Reply

Your email address will not be published. Required fields are marked *

3 × 3 =