ବଜେଟ ଲୋକାଭିମୁଖୀ : ନବୀନ

ଭୁବନେଶ୍ୱର () ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟ ଏକ ଲୋକଭିମୁଖୀ ଓ ମହିଳା, ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ । ଏଥିରେ ରାଜ୍ୟ ସରକାର ନିର୍ବାଚନ ସମୟରେ ଦେଇଥିବା ସବୁ ପ୍ରତିଶ୍ରୁତି ପ୍ରତିଫଳିତ ହୋଇଛି । କାଳିଆ ଯୋଜନାରେ ସବୁ ଯୋଗ୍ୟ ହିତାଧିକାରୀଙ୍କ ସାମିଲ କରାଯିବା ସହ ମହିଳାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । କାଳିଆ ଯୋଜନା ପୂର୍ବପରି କାର୍ଯ୍ୟ କରିବ ଏବଂ ଏଥିରେ ୭୫ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଓଡିଶା ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ ବଜେଟରେ ବ୍ୟୟ ବରାଦ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଜାଗା ମିଶନ ପାଇଁ ସେହିଭଳି ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାଦ୍ୱାରା ସହରାଞ୍ଚଳ ବସ୍ତିବାସିନ୍ଦାମାନେ ଉପକୃତ ହେବେ । ପ୍ରତି ଗ୍ରାମପଂଚାୟତରେ ମିଶନ ଶକ୍ତି ଘର ନିର୍ମାଣ ପାଇଁ ବଜେଟରେ ୧୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଗତ ୬ ବର୍ଷ ମଧ୍ୟରେ ଓଡିଶାର ଅର୍ଥନୀତିରେ ଜାତୀୟ ହାର ଠାରୁ ଅଧିକ ଅଭିବୃଦ୍ଧି ହୋଇଛି । ଏକ ବିକାଶମୂଖୀ ଏବଂ ବିକାଶ ପ୍ରକ୍ରିୟାକୁ ତ୍ୱାରନ୍ୱିତ କରିବାକୁ ବଜେଟରେ ଗୁରୁତ୍ୱ ଦିଆଯାଇଥିବାରୁ ସେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 3 =