ମନ୍ତ୍ରୀ ପ୍ରତାପ ଜେନାଙ୍କ ହେଲା ଅସ୍ତେ୍ରାପଚାର

ଭୁବନେଶ୍ୱର: ବିଜେଡିର ଟାଣୁଅାଁ ନେତା ତଥା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଆଇନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ମନ୍ତ୍ରୀ । ତାଙ୍କ ଛାତିରେ ଦୁଇଟି ବ୍ଲକେଜ ଥିବା ଜଣାପଡିଛି । ଏବେ ତାଙ୍କର ଅସ୍ତେ୍ରାପଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଛି। ବର୍ତ୍ତମାନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ମନ୍ତ୍ରୀଙ୍କ କାର୍ୟ୍ୟାଳୟ ସୂତ୍ରରୁ ଜଣାପଡିଛି।ମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେଡି ବିଧାୟକମାନେ ।

Share

Leave a Reply

Your email address will not be published. Required fields are marked *

five + 12 =