ଏଣିକି ପୁରୁଣା ଘର ନବୀକରଣ ପାଇଁ ଆଉ ନବାକୁ ପଡିବନି ଅନୁମତି

ଭୁବନେଶ୍ୱର() କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ ହୋଇଛି । ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ନିୟମ କୋହଳ କରିଛନ୍ତି ସରକାର । ଏବେ ୮ଟି ଘର ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯାଇପାରିବ । ପୂର୍ବରୁ ୪ଟି ଘର ଥିବା ଅଟ୍ଟାଳିକାକୁ ଆପର୍ଟମେଣ୍ଟ କୁହାଯାଉଥିଲା । ଖର୍ଦ୍ଦିଯୋଗ୍ୟ ଫ୍ଲୋର ଏରିଆ ରେସିଓ ପାଇଁ ଦେୟ ମୂଲ୍ୟ ୫୦ ପ୍ରତିଶତ କମିଛି । ବର୍ତ୍ତମାନ ଜମି ମୂଲ୍ୟର ୨୫ଭାଗ ଅଧା ମୂଲ୍ୟରେ ଉପଲବ୍ଧ ହେବ । ଏହାସହ ପୁରୁଣା ଘରର ନବୀକରଣ ପାଇଁ ଆଉ ଅନୁମତି ଦରକାର ପଡ଼ିବନି । ମଡ଼େଲ ପ୍ଲାନ ଅନୁମତି ପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ । ଟଙ୍କା ଦାଖଲ କରି ଅଣ୍ଡରଟେକିଂ ଦେଇ କାମ ଆରମ୍ଭ କରିପାରିବେ । କୋଠାବାଡ଼ି ଓ ଗୋଦାମ ଗୃହ ପାଇଁ ପାର୍କିଂ ସ୍ଥାନ ୯୦ ପ୍ରତିଶତ ହୋଇଛି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × three =