ରାଜ୍ୟର ୨୪ଟି ଜିଲ୍ଲାରେ ମହାପ୍ରଭୁଙ୍କ ଜମି ରହିଛି

ଭୁବନେଶ୍ୱର() ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ରହିଛି ।ଏନେଇ ଆଜି ଧାନସଭାରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଲିଖିତ ଉତ୍ତ ଦେଇଛନ୍ତି ।

ମନ୍ତ୍ରି ଦେଇଥିବା ସୂଚନା ଅନୁସାରେ, ମହାପ୍ରଭୁ ଶ୍ରଜଗନ୍ନାଥଙ୍କର ମୋଟ ପାଣ୍ଠିର ପରିମାଣ ୬୨୬ କୋଟି ୪୪ ଲକ୍ଷ ୭୮ ହଜାର ୪୪୪ ଟଙ୍କା। ଗତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କର ୫୯୨ କୋଟି ଟଙ୍କା ଜମା ଥିଲା। ସ୍ଥାୟୀ ଜମାରେ ୫୪୫ କୋଟି ଓ ଫ୍ଲେକ୍ସି ଜମାରେ ୪୭ କୋଟି ଟଙ୍କା ରହିଥିଲା। ଏହା ମଧ୍ୟରେ ୪୭ କୋଟିର ଫ୍ଲେକ୍ସି ଜମା ୟେସ୍ ବ୍ୟାଙ୍କରୁ ପ୍ରତ୍ୟାହାର ହୋଇଛି। ବାକି ୫୪୫ କୋଟି ଟଙ୍କା ଆସନ୍ତା ମାର୍ଚ୍ଚ ୧୯ ଓ ୩୦ ତାରିଖରେ ଉଠାଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବ।

ଏଥିସହ ରାଜ୍ୟର ୨୪ଟି ଜିଲ୍ଲାରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କର ମୋଟ ୬୦୪୨୬.୯୪୩ ପରିମିତ ଜମି ରହିଛି। ସେଥିମଧ୍ୟରୁ ୩୪ ୮୦୩.୦୧୩ ପରିମିତ ଜମିର ଚୂଡ଼ାନ୍ତ ସତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ପ୍ରାପ୍ତ ହୋଇଛି।

ଏଥିସହ ଓଡ଼ିଶା ସହିତ ମୋଟ ୭ଟି ରାଜ୍ୟରେ ଜଗନ୍ନାଥଙ୍କ ଭୂ-ସଂପତ୍ତି ରହିଛି। ଓଡ଼ିଶା ବାହାରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କର ମୋଟ ୩୯୫.୨୫୨ ଏକର ଜମି ରହିଛି। ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼ରେ ଜଗନ୍ନାଥଙ୍କ ଜମି ଥିବା ବେଳେ, ଓଡ଼ିଶା ପରେ ପଶ୍ଚିମବଙ୍ଗରେ ସର୍ବାଧିକ ଜମି ରହିଛି ବୋଲି ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

12 − ten =