ପ୍ରତାପ ଦେବଙ୍କୁ ପିପିଲି ପର୍ଯ୍ୟବେକ୍ଷକ ଦାୟିତ୍ୱ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ । ଦଳୀୟ ମୁଖପାତ୍ର ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ପିପିଲିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡ଼ି ।ଏନେଇ ବିଜେଡି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି । ତେଣୁ ଖୁବଶୀଘ୍ର ଏହି ଆସନରେ ଉପନିର୍ବାଚନ ହୋଇପାରେ ।

ତେବେ କୋଭିଡ୍ ଗାଇଡଲାଇନକୁ ପାଳନ କରି ଖୁବଶୀଘ୍ର ପିପିଲି ଉପ ନିର୍ବାଚନ ତାରିଖ ଘୋଷଣା ହେବା ନେଇ ସୂଚନା ପ୍ରଦାନ କରିଥିଲେ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ସେ କହିଥିଲେ ଯେ, ନିର୍ବାଚନ କମିଶନ ଉପ ନିର୍ବାଚନ ପାଇଁ ଅନୁମତି ଦେଇସାରିଛନ୍ତି । ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ । କୋଭିଡ୍ ନିୟମ ପାଳନ କରି ସମସ୍ତ ମତଦାନ ପ୍ରକ୍ରିୟା ହେବ । ପ୍ରତି ବୁଥରେ ୧୦୦୦ ଜଣ ଭୋଟର ଭୋଟ୍ ଦେବେ ।

ପିପିଲି ଆସନରୁ ବିଧାୟକ ଥିଲେ ସ୍ୱର୍ଗତ ପ୍ରଦୀପ ମହାରାଥୀ । ତାଙ୍କ ମୃତ୍ୟୁ ପରେ ଆସନ ଖାଲି ପଡିଛି । ରାଜ୍ୟର ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଠାରେ ନିଜର ଅଙ୍କକଷା ଆରମ୍ଭ କରିଦେଇଛନ୍ତି । ୩ ଦଳ ଏହି ଆସନରେ ବାଜିମାତ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେସୁଦ୍ଧା କୌଣସି ଦଳ ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିବା ସମୟରେ ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ସେ ନିଜେ କିଛି ଦିନ ତଳେ ସୁଯୋଗ ମିଳିଲେ ନିର୍ବାଚନ ଲଢିବେ ବୋଲି କହିଥିଲେ ।ସେହିଭଳି ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ମଧ୍ୟ ପରୋକ୍ଷ ଭାବେ ଟିକେଟ ଆଶାୟୀ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି | ତେବେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନରେ ମହାରଥୀଙ୍କ ପରିବାରର ଭୋଟବ୍ୟାଙ୍କ ରହିଥିବା ବେଳେ ଦଳ ଏଯାଏଁ କିନ୍ତୁ ମହାରଥୀ ପରିବାରରୁ କାହାକୁ ପ୍ରାର୍ଥୀ କରିବ ସେନେଇ କୌଣସି ସଂକେତ ଦେଇନାହିଁ । ବିଜେଡ଼ି ସୁପ୍ରିମୋ ପିପିଲିରେ ନୂଆ ମୁହଁକୁ ସୁଯୋଗ ଦେଇ ପରିବାରବାଦ ରାଜନୀତିରେ ପୂର୍ଣ୍ଣଚ୍ଛେଦ ପକାଇବେ ନା ପୁଣିଥରେ ମହାରଥୀଙ୍କ ପରିବାରର କାହାକୁ ସାମ୍ନାକୁ ଆଣିବେ ତାହା ଉପରେ ରହିଛି ସଭିଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

8 + four =