ପଶୁପାଳନ ପ୍ରୋତ୍ସାହନ ପାଇଁ ୧୫ହଜାର କୋଟି

ନୂଆଦିଲ୍ଲୀ ()କେନ୍ଦ୍ର କ୍ୟାବିନେଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସେଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ କୃଷକ ଓ ଛୋଟ ଉଦ୍ୟୋଗ ସମ୍ପର୍କରେ ଆଲୋଚନା ହୋଇଛି । କୃଷକଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କୃଷକଙ୍କ ୩ଲକ୍ଷ ଯାଏଁ ଋଣ ଉପରେ ୨% ସୁଧ ଛାଡ଼ ହେବ । ମଣ୍ଡି ଆଇନରେ ପରିବର୍ତ୍ତନ କରାଯିବ । ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ଅଧିକ ଦେବେ ସରକାର । ପଶୁପାଳନ ପ୍ରୋତ୍ସାହନ ପାଇଁ ୧୫ହଜାର କୋଟି ସହାୟତା ମିଳିବ । ମତ୍ସ୍ୟଚାଷୀକୁ ପ୍ରୋତ୍ସାହନ ପାଇଁ ୨୦ହଜାର କୋଟି ଟଙ୍କା ଦିଆଯିବ ।
ସଙ୍କଟରେ ଥିବା ଏମଏସଏମଇକୁ ଋଣ ଦେବା ବ୍ୟବସ୍ଥା ହେବ । ଏମଏସଇରେ ୩ଲକ୍ଷ କୋଟି ଋଣ ଦେବା ଯୋଜନା ହୋଇଛି । ଦେଶରେ ୬କୋଟି ଏମଏସଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏମଏସଇ ଦ୍ୱାରା ନୂଆ ନିଯୁକ୍ତି ସୁଯୋଗ ମିଳିବ । ସହର ଓ ଗ୍ରାମୀଣ ଅଞ୍ଚଳର ଲୋକେ ଏନେଇ ଲାଭବାନ ହେବେ । ଏମଏସଇର ପରିଭାଷାକୁ ପରିବର୍ତ୍ତନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

4 × two =