ସରିଲା ମଉଜ, ଜେଲରେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର () ଜାଲିଆତି ଓ ଠକେଇ ଅଭିଯୋଗରେ ଜେଲ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହାସହ ତାଙ୍କର ପାଠକ ପରିବାର ସହ ମଉଜ ଅଧ୍ୟାୟରେ ମଧ୍ୟ ପଡିଛି ପୂର୍ଣ୍ଣଛେଦ । ସାଧାରଣ ଲୋକଙ୍କୁ ଠକି ସେମାନଙ୍କ ପଇସାରେ ଚାଲିଥିବା ଅୟାଶୀ ବି ସରିଲା । ଜାମିନ ନାମଞ୍ଜୁର ହେବା ପରେ ବିଚାର ବିଭାଗୀୟ ହାଜତ ଗଲେ ପ୍ରଦୀପ । 

ପ୍ରଦୀପ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଥିବା ତାଙ୍କ ଓକିଲ ଦର୍ଶାଇଛନ୍ତି । ପ୍ରଦୀପଙ୍କର ଉପଯୁକ୍ତ ଯତ୍ନ ପାଇଁ କୋର୍ଟଙ୍କୁ ଆବେଦନ କରିଛନ୍ତି ଓକିଲ । ତେବେ, ଆଜି ସମୟ ହୋଇ ଯାଇଥିବାରୁ ଶୁଣାଣି ହୋଇପାରିନାହିଁ । ପ୍ରଦୀପଙ୍କୁ ରିମାଣ୍ଡରେ ନେବା ଲାଗି ଆସନ୍ତାକାଲି (ଶୁକ୍ରବାର) କ୍ରାଇମବ୍ରାଞ୍ଚ ଆବେଦନ କରିପାରେ । ପୂର୍ବରୁ SIT ଟିମ୍ ଆକାଶ ପାଠକ ଓ ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ରିମାଣ୍ଡରେ ନେଇ ଆକାଶଙ୍କ ସହ ମୁହାଁମୁହିଁ ଜେରା କରିବାର ସମ୍ଭାବନା ରହିଛି । ମୁହାଁମୁହିଁ ଜେରା କଲେ ଠକେଇର ଗୁମର ଖୋଲିବ । ଭାବି ଜ୍ୱାଇଁଙ୍କ ସହ ମିଶି କିଭଳି ପ୍ରଦୀପ ଗଞ୍ଜାମ ଜିଲ୍ଲାର ଲୋକଙ୍କୁ ଟାଟା ମୋଟର୍ସରେ ଚାକିରି ନାଁରେ ଠକିଥିଲେ ତାହା ଧରା ପଡ଼ିବ ।

Share

Leave a Reply

Your email address will not be published. Required fields are marked *

19 − eleven =