ବିଜେଡିରେ ସାମିଲ ହେଲେ ବେଗୁନିଆର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ

ଭୁବନେଶ୍ୱର- କଂଗ୍ରେସକୁ ଆଉ ଏକ ଝଟକା । ବେଗୁନିଆର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ନିଜର ସମର୍ଥକଙ୍କ ସହ ପ୍ରଦୀପ ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଇଛନ୍ତି ପ୍ରଦୀପ । ସେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ଉପସଭାପତି ଥିଲେ । ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରଦୀପ । କଂଗ୍ରେସ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ନେଇ ସେ ଅଭିଯୋଗ କରିଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ପ୍ରଦୀପ ସାହୁ କଂଗ୍ରେସ ଟିକେଟରେ ବେଗୁନିଆରୁ ପ୍ରାର୍ଥୀ ହୋଇଥିଲେ । ସେ ୫୪ ହଜାରରୁ ଅଧିକ ଭୋଟ ପାଇଥିଲେ ।

Share

Leave a Reply

Your email address will not be published. Required fields are marked *

three × 3 =