ବିଜେଡିରେ ସାମିଲ ହେବେ ପ୍ରଦୀପ ମାଝୀ

କୋରାପୁଟ: ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ । ଆଜି ପ୍ରେମସମିଟରେ ଏଭଳି ସୂଚନା ଦେଇଛନ୍ତି ପ୍ରଦୀପ । ଶକ୍ତି ପ୍ରଦର୍ଶନ କରିବା ସହ ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ଉନ୍ନତି ଲାଗି ସେ ବିଜେଡିରେ ସାମିଲ ହେବେ । ପ୍ରେସମିଟ ମାଧ୍ୟମରେ ସେ କହିଛନ୍ତି କି କଂଗ୍ରେସ ଆଉ କେବେ ସରକାରକୁ ଆସିବନି । ଏଣୁ କୋରାପୁଟ ଜିଲ୍ଲାର ବିକାଶ ଲାଗି ସେ ଏବଂ ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେବା ଲାଗି ସ୍ଥିର କରିଛନ୍ତି । ନବୀନ ବାବୁଙ୍କ ସହ ମିଶି ସେ ଅଧିକ ଶକ୍ତିଶାଳୀ କରିବାକୁ କହିଛନ୍ତି । ତେବେ ପୂର୍ବରୁ ହେଉଥିବା ଚର୍ଚ୍ଚାର ଆଜି ଅନ୍ତ ଘଟିଛି । ସେ ଆହୁରି ମଧ୍ୟ କହିଛନ୍ତି କି, ଆମେ ବିଜେଡିରେ ମିଶିବା ସହ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବୁ ବୋଲି ସେ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × five =