ରାଜ୍ୟରେ ପହଞ୍ଚିଲା କରୋନା ମେଡିସିନ୍

ଭୁବନେଶ୍ୱର() ଓଡିଶାକୁ ଆସି ସାରିଛି କରୋନା ମେଡିସିନ୍ । ରେମଡିସିଭିର, ଫାଭିଫ୍ଲୁ ମେଡିସିନ୍ ଆସିସାରିଛି ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ଜେନା ।

ଏହା ସହ କଟକଣାକୁ ନେଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି କଟକଣା ରହିବ । ସରକାର ଆଜି କିମ୍ବା ଆସନ୍ତାକାଲି ଏନେଇ ସ୍ପଷ୍ଟ ନିଷ୍ପତ୍ତି ନେବେ । ଅନ୍ୟପଟେ ପୁରୀରେ ସେରୋଲୋଜିକାଲ ଟେଷ୍ଟ ଆରମ୍ଭ ହୋଇସାରିଛି । ୧ ତାରିଖରୁ ଗଞ୍ଜାମ, ଗଜପତି ଓ କଟକରେ ଆରମ୍ଭ ହେବ । ସ୍ଥିତି ଦଖି ବଢୁଥିବା ସଂକ୍ରମିତ ଜିଲ୍ଲାରେ ଟେଷ୍ଟ ଆରମ୍ଭ ହେବ । ପରୀକ୍ଷାଗୁଡିକ ଆଇସିଏମଆର ଦ୍ୱାରା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen + 9 =