ପ୍ରଭାତ ବିଶ୍ୱାଳଙ୍କ ମଣିଷପଣିଆ

କଟକ()  ଆଜି ପୁଣି ମାନବିକତା ର ପରିଚୟ ଦେଖାଇଲେ ଚୌଦ୍ଵାର କଟକ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ୱାଳ। ଆଜି ଜଣେ ମୃତ ବ୍ୟକ୍ତିଙ୍କ ଶବକୁ ମୟୁରଭଞ୍ଜ ର ବେତନଟୀ ଏବଂ ୬ ବର୍ଷର କ୍ୟାନ୍ସର ପୀଡିତ ଶିଶୁକୁ ରାୟଗଡା ଜିଲ୍ଲା ବିଷମ କଟକକୁ ନିଜସ୍ୱ ନିଷ୍ଲୁକ ଆମ୍ବୁଲାନ୍ସ ରେ ପଠାଇ ମାନବସେବାର ଉଦାହରଣ ଦେଇଛନ୍ତି।କିଛିଦିନ ତଳେ ମୟୁରଭଞ୍ଜ ଜିଲ୍ଲା ବେତନଟି ବଡ଼ ସହିର 42 ବର୍ଷୀୟ ବୟସ୍କ ବ୍ୟତି ଗାଡି ଦୃଘଟଣା ରେ ଗୁରୁତର ହୋଇ କଟକ ବଡ ମେଡିକାଲ ରେ ଚିକିତ୍ସିତ ହେଉଥିଲେ।ଗତକାଲି ରାତିରେ ଚିକିତ୍ସିତ ହେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।ଲକଡାଉନ କାରଣରୁ ପରିବାର ଲୋକେ ମୃତ୍ୟୁ ଦେହକୁ ନେଇ ଘରକୁ ଯିବା ସମ୍ଭବପର ହୋଇନଥିଲା।ତେବେ ବେତନଟୀ ର ପୂର୍ବତନ ବିଧାୟକ ଠାରୁ ଏହି ଖବର ପାଇ ଚୌଦ୍ଵାର କଟକ ର ପୂର୍ବତନ ବିଧାୟକ ନିଜ ନିଷ୍ଲୁକ ଆମ୍ବୁଲାନ୍ସ ରେ ସେବାରେ ସବଟୁକୁ ନିଜ ଘରକୁ ପଠାଇଥିଲେ। ଅନ୍ୟ ପକ୍ଷରେ ଆଜି ପୂର୍ବତନ ବିଧାୟକ କଟକ ଜିଲ୍ଲା ସମୀକ୍ଷା ବୈଠକ କୁ ଜିଲ୍ଲାପାଳ ଙ୍କ କାଯ୍ୟାଳୟକୁ ଯାଇଥିଲେ ଏହି ବୈଠକରେ ଓଡ଼ିଶାର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଏବଂ ଜିଲ୍ଲାପାଳ ଶୀଯୁକ୍ତ ଭବାନୀ ଶଙ୍କର ଚଇନି ମହୋଦୟ ଉପସ୍ଥିତ ଥିଲେ ଏହି ସମୟରେ ଜିଲ୍ଲାପାଳ ଙ୍କ ଠାରୁ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬ ବର୍ଷୀୟ ଶିଶୁକୁ ନିଜ ଗ୍ରାମ ରାୟଗଡା ଜିଲ୍ଲା ର ବିଷମ କଟକ କୁ ନିଶୁଳ୍କ ଆମ୍ବୁଲନ ପଠାଇ ଥିଲେ। ସୂଚନା ଥାଉ କି ଉକ୍ତ ୬ ବର୍ଷର ଶିଶୁଟିର ମୁଣ୍ଡରେ ଟ୍ୟୁମର ହୋଇ କ୍ୟାନସର ହୋଇଯାଇଥିଲା ପୂର୍ବତନ ବିଧାୟକ ଉକ୍ତ ଶିଶୁକୁ ଦେଖିବାପାଇଁ ଯାଇଥିଲେ।ତେବେ ଚିକିତ୍ସାଳୟରେ କେମ ଥେରାପି ନେବା ପରେ ତିନିଦିନ ତଳେ ଉକ୍ତ ଶିଶୁ ଟି ଦିସଚାର୍ଜ ହୋଇଥିଲା।ଲକଡାଉନ ଓ ଆର୍ଥିକ ସଙ୍କଟ ହେତେ ପିଲାଟିର ବାପା ଓ ମାଆ ନିଜ ଗ୍ରାମକୁ ନେବାପାଇଁ ସକ୍ଷମ ହୋଇନଥିଲେ।ବର୍ତମାନ ସମଗ୍ରହ ଦେଶରେ କରୋନା ମହାମାରୀ ରୁ ରକ୍ଷାପାଇବ ପାଇଁ ଦେଶ ତଥା ରାଜ୍ୟରେ ଲକଡାଉନ ଘୋଷଣା କରାଇଛି ଯାହା ଫଳରେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି।ଏହି ଭିତରେ ବେଶି ଅସୁବିଧା ର ସମ୍ମୁଖିନ ହେଉଛନ୍ତି ସାଧାରଣ ଲୋକେ।ଯେଉଁମାନେ ମେଡିକାଲ କାମରେ ଆସି ନିଜ ଘରଠାରୁ ଶହଶହ କିଲୋମିଟର ଦୂରରୁ ଆସୁଛନ୍ତି।ଏହା ଭିତରେ ସାହାଯ୍ୟ ର ହାତ ବଢ଼ିଛନ୍ତି ଚୌଦ୍ଵାର କଟକ ର ପୂର୍ବତନ ବିଧାୟକ ମହୋଦୟ ଗତ ମାର୍ଚ୍ଚ ମାସ ୨୯ ତାରିଖରେ ନିଶୁଳ୍କ ଆମ୍ବୁଲନ ସେବା ଆରମ୍ବ କରି ଯାହାଦ୍ଵାରା ଆଜି ପର୍ଯ୍ୟନ୍ତ ୩୮ ଶବ,କଟକ ବଡ ମେଡିକାଲ ଓ ଅନ୍ୟାନ୍ୟ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୮୧ ଜଣ ଦିସଚାର୍ଜ ରୋଗୀଙ୍କୁ ଯିବା ଆସିବାରେ ବେସ ସହ୍ୟୟକ ହୋଇଅଛି।ଏହିପରି ଭାବେ ମାନ୍ୟବାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ୱାଳ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve + 5 =