ପୁଣି ତେଜିଲା ବିଜେପିର ପୋଷ୍ଟର ରାଜନୀତି

ବାଲେଶ୍ୱର: ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନରେ ଟିକାକରଣ ଚାଲିଛି । ତେବେ ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିବା ସହ ଟିକା ନେବା ପରେ ଏକ ପୁସିଂ କାର୍ଡ ବଣ୍ଟା ଯାଉଛି । ଯେଉଁଥିରେ ଦ୍ୱିତୀୟ ଡୋଜ ନେବାର ତାରିଖ ଲେଖାଯିବା ସହ କରୋନା ସଚେତନତା ବାର୍ତ୍ତା ଲେଖାଯାଇଛି । ତେବେ ବିଜେପି ଏହାକୁ ବିରୋଧ କରିଛି । ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ଲଗାଯାଇନାହିଁ ବୋଲି ସେମାନେ ପ୍ରତିବାଦ କରିଛନ୍ତି । ତେବେ ଆଜି ପ୍ରତାପ ଷଢ଼ଙ୍ଗୀ ଟିକାକେନ୍ଦ୍ର ବୁଲିବାକୁ ଯାଇଥିବା ବେଳେ ତାଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି ।
କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବାରୁ ସାଧାରଣରେ ନିନ୍ଦା କରାଯାଇଛି । ଏପରିକି ସୋସିଆଲ ମିଡିଆରେ ୟୁଜର୍ସମାନେ ବିଜେପି, ମୋଦି ଏବଂ ପ୍ରତାପ ଷଢ଼ଙ୍ଗୀଙ୍କୁ ଗାଳି କରିଥିବା ଦେଖିବାକୁ ମିଳିଛି । ୟୁଜର୍ସମାନେ ପେଟ୍ରୋଲ ଡିଜେଲ ବଢ଼ୁଥିବା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × two =