ପ୍ରଥମେ ହତ୍ୟା ପରେ ମୁଣ୍ଡକାଟ !

ଭୁବନେଶ୍ୱର: ରାଜଧାନୀରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ସାମ୍ନାକୁ ଆସିଲା ପୋଷ୍ଟମର୍ଟମ ରିପୋର୍ଟ | କିଛିଦିନ ତଳେ ଭୁବନେଶ୍ୱର ନିକଟ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ରାସ୍ତା କଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା ।ତେବେ ଆଜି ଘଟଣା ପଛରେ ଥିବା ମୁଖ୍ୟ ରହସ୍ୟ ସାମ୍ନାକୁ ଆସିଛି | ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାରେ ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ ମିଳିଥିବା ସୂଚନା ମିଳିଛି |

ରିପୋର୍ଟରେ ମିଳିଥିବା ସୂଚନା ଅନୁଯାୟୀ ମହିଳାଙ୍କୁ ପ୍ରଥମେ ଶ୍ୱାସରୁଦ୍ଧ କରି ହତ୍ୟା କରାଯିବା ପରେ ମୁଣ୍ଡକାଟ କରା ଯାଇଛି ଅର୍ଥାତ ପ୍ରଥମେ ତଣ୍ଟିଚିପି ହତ୍ୟା କରାଯିବା ପରେ ମହିଳାଙ୍କ ମୁଣ୍ଡକୁ କାଟି ଶରୀରରୁ ଅଲଗା କରାଯାଇଛି |ପୋଷ୍ଟମର୍ଟମ ରିପୋର୍ଟ ନେଇ ବିଶ୍ୱସ୍ତ ସୂତ୍ରରୁ ମିଳିଲା ସୂଚନା | ତେବେ ପୋଲିସ ଏବେ ପର୍ଯ୍ୟନ୍ତ ପୋଷ୍ଟମର୍ଟମ ରିପୋର୍ଟ ମିଳିନଥିବା ସମୟରେ ମହିଳାଙ୍କ ପରିଚୟ ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ପୋଷ୍ଟର ମାରିଛି ପୋଲିସ | ସେହିଭଳି ମୃତ ମହିଳାଙ୍କ ସୂଚନା ଦେବା ନିମନ୍ତେ ୨ଟି ଫୋନ ନମ୍ବର ଜାରି କରିଛି ପୋଲିସ | ଭୁବନେଶ୍ୱରର ବିଭିନ୍ନ ଗଳି କନ୍ଦିରେ ପୋଷ୍ଟର ତେବେ ମହିଳାଙ୍କ ଶବକୁ ଆଉ ଥରେ ପୋଷ୍ଟମର୍ଟମ ପାଇଁ ଏମସ ହସ୍ପିଟାଲକୁ ପଠାଯାଇଛି |

Share

Leave a Reply

Your email address will not be published. Required fields are marked *

three × one =