ବଢୁଛି କୋଟିପତି ନେତାଙ୍କ ସଂଖ୍ୟା

ଭୁବନେଶ୍ବର()  ୨୦୧୪ ତୁଳନାରେ ୨୦୧୯ରେ ଅପରାଧ ମାମଲା ଥିବା ନବନିର୍ବାଚିତ ବିଧାୟକଙ୍କ ସଂଖ୍ୟା ବଢିଛି । ନବନିର୍ବାଚିତ ୧୪୬ ବିଧାୟକଙ୍କ ମଧ୍ୟରୁ ୪୬ ପ୍ରତିଶତ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ଅର୍ଥାତ ୬୭ ଜଣ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ୨୦୧୪ରେ ଏହା ଥିଲା ୩୫ ପ୍ରତିଶତ ।

ସେହିଭଳି ୨୦୧୯ରେ ୩୪ ପ୍ରତିଶତ ଅର୍ଥାତ ୪୯ ଜଣ ବିଧାୟକଙ୍କ ନାଁରେ ହତ୍ୟା, ଅପହରଣ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅପରାଧିକ ମାମଲା ରହିିଛି ।

ସେହିଭଳି ବର୍ତମାନ ବିଧାନସଭାରେ ୬୫ ପ୍ରତିଶତ ବିଧାୟକ ହେଉଛନ୍ତି କୋଟପତି ବିଧାୟକ । ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ ଜଣ ହେଉଛନ୍ତି କୋଟିପତି ।

Share

Leave a Reply

Your email address will not be published. Required fields are marked *

17 − 10 =