ଶିଶୁ ଭବନ ଛକରେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ମମିତା ମେହେରଙ୍କ ହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ବିଜେପି ପରେ କଂଗ୍ରେସ ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ନବୀନ ନିବାସ ଘେରିବା ଲାଗି ଯାଉଥିବାବେଳେ ଶିଶୁ ଭବନ ଛକ ନିକଟରେ ପୋଲିସ କର୍ମୀ କଂଗ୍ରସ କର୍ମକର୍ତ୍ତାଙ୍କୁ ଅଟକାଇଥିଲେ । କିଛି ସମୟ ଲାଗି ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ।

ସେପଟେ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦିବ୍ୟ ବଚନ ଦେବା ବଦଳରେ ଆଗ ଇସ୍ତଫା ଦିଅନ୍ତୁ । ଯିଏ ଦୋଷୀକୁ ସହଯୋଗ କରିଛି ସେ ମଧ୍ୟ ଅପରାଧ କରିଛି । ଆଇନ ଆଖିରେ ସେମାନେ କେବେ ବର୍ତିପାରିବେ ନାହିଁ । ତେଣୁ ମନ୍ତ୍ରୀ ଇସ୍ତଫା ଦେବା ଦରକାର । ଏଥିସହ ତଦନ୍ତର ସାମ୍ନା କରିବା ଦରକାର । କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ଯଦି ମନ୍ତ୍ରୀ ଦୋଷୀ ନୁହନ୍ତି ତାହେଲେ ନିର୍ଦ୍ଦୋଷ ବୋଲି ପ୍ରମାଣ କରନ୍ତୁ ।

ଦୋଷୀ ଦଣ୍ଡ ନପାଇବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଗଣେଶ୍ୱର କହିଛନ୍ତି । ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘନିଷ୍ଠ ସହଯୋଗୀ । ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କର ସଂପୃକ୍ତି ରହିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − nine =