ପୁଣି ନିଲମ୍ବିତ ହେଲେ ୨ ପୁଲିସ୍ ଅଧିକାରୀ

ଢେଙ୍କାନାଳ() ନିଲମ୍ବିତ ହେଲେ ୨ ପୁଲିସ୍ ଅଧିକାରୀ । ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ଦିନକରେ ନିଲମ୍ବିତ ହୋଇଛନ୍ତି ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ୨ ପୁଲିସ୍ ଅଧିକାରୀ।ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ IIC ପ୍ରମୋଦ କୁମାର ଲେଙ୍କା ନିଲମ୍ବିତ ହୋଇଛନ୍ତି। ପୁଲିସ୍ ଡିଜି ଅଭୟ IIC ପ୍ରମୋଦ କୁମାରଙ୍କୁ ନିଲମ୍ବନ କରିଥିବା ନେଇ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଅପରାଧୀଙ୍କଠାରୁ ମାରଣାସ୍ତ୍ର ଜବତ ମାମଲାର ସଠିକ ତଦନ୍ତ କରିନଥିବା ଏବଂ କୋହଳ ଦଫା ଲଗାଇଥିବା ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି ଅନୁଗୁଳ ଥାନା ଏସ୍ଆଇ ଅରକ୍ଷୀତ ସେଠୀ। ଅରକ୍ଷୀତଙ୍କୁ ନିଲମ୍ବନ କରାଯାଇଥିବା ନେଇ ଅନୁଗୁଳ ଏସ୍ପି ଜଗମୋହ ମୀନା ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × two =