ପରକ୍ରିୟାର ପରିଣତି: ତଥାକଥିତ ପ୍ରେମିକାକୁ ଅଟକ ରଖି ପଚରାଉଚରା

ଜଗତସିଂହପୁର () ବହୁଚର୍ଚ୍ଚିତ କୃଷ୍ଣଚନ୍ଦ୍ର ଚମ୍ପତିରାୟ ହତ୍ୟା ଘଟଣାରେ ପୋଲିସ ତଥା କଥିତ ଅଭିଯୁକ୍ତ ମଧୁ ଓରଫ ମଧୁସ୍ମିତା ମହାନ୍ତିଙ୍କୁ ଅଟକ ରଖିଛି । ସେ ରହୁଥିବା କଟକ କାଠଗଡା ସାହିକୁ ଯାଇ ପୋଲିସ ତାଙ୍କୁ ପଚରା ଉଚରା କରିବା ସହ ସେଠାରୁ ଆଣି ଏକ ଅଜ୍ଞାତ ସ୍ଥାନାରେ ରଖି ଜେରା କରୁଛି । ଏଥିସହିତ ପୋଲିସ ମଧୁଙ୍କର ଦୁଇ ଭଉଣୀ ସହ ତାଙ୍କ ବାପା ପ୍ରମୋଦ ମହାନ୍ତିଙ୍କୁ ଜଗତସିଂହପୁର ସଦର ଥାନାକୁ ଆଣି ଅଟକ ରଖିବା ସହ ଜେରା ମଧ୍ୟ କରୁଛି ।

ମଧୁସ୍ମିତା ଏହି ଘଟଣାରେ ନିଜର ସଂପୃକ୍ତିକୁ ଅସ୍ବୀକାର କରୁଛନ୍ତି । କୃଷ୍ଣଚନ୍ଦ୍ର ପୂର୍ବରୁ ମଧୁଙ୍କର ବାପଘର ଦେବ ଗାଁକୁ ଆସିଥିବାର ଓ ତାଙ୍କର ପରିବାର ସହ ପରିଚିତ ଥିବାର ମଧୁଙ୍କ ବାପା କହିଛନ୍ତି । ଏହି ଘଟଣା ଦିନ କିନ୍ତୁ ସେ ମଧୁଙ୍କର ଘରକୁ ଯାଇ ନଥିବାର ତାଙ୍କର ବାପା କହୁଛନ୍ତି । ପୋଲିସ ଥାନାରେ ଅଟକ ରହିଥିବା ମଧୁଙ୍କର ଦୁଇ ଭଉଣୀଙ୍କର ମୋବାଇଲ ସମେତ ମୃତକ କୃଷ୍ଣଚନ୍ଦ୍ରଙ୍କ ମୋବାଇଲକୁ ମଧ୍ୟ ଜବତ କରି ତଦନ୍ତ ଚଳାଇଛି ।

ମୃତକ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୋକାକାଇ ଗାଁର  କୃଷ୍ଣଚନ୍ଦ୍ର ଚମ୍ପତିରାୟ ।  ପରକିୟା  ପ୍ରୀତିକୁ ନେଇ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇ ଥିବାର ମଧ୍ୟ ତାଙ୍କର ପରିବାର ଲୋକେ ଅଭିଯୋଗ କରିଥିଲେ । ଏବେ ଏହାର ପ୍ରମାଣ ମଧ୍ୟ ଲାଗିଛି ପୋଲିସ ହାତରେ । କୃଷ୍ଣଚନ୍ଦ୍ର ମରିବା ପୂର୍ବରୁ ରକ୍ତରେ ମଧୁ ବୋଲି ଲେଖିଥିବା ପୋଲିସ ମାର୍କ କରିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏହି ହତ୍ୟାକାଣ୍ଡ ସହ ମୃତ କୃଷ୍ଣଚନ୍ଦ୍ରଙ୍କ ପ୍ରେମିକା ମଧୁର ଭୂମିକା ରହିଛି ।

ମୃତକ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକେ ଜଗତସିଂହପୁର ଥାନାରେ ପହଁଚି ଶବ ଚିହ୍ନଟ କରିବା ପରେ ଘଟଣା ନୂଆ ମୋଡ଼ ନେଇଥିଲା । ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବାର ଅଭିଯୋଗ କରିଥିଲେ ପରିବାର ଲୋକେ । ନୟାଗଡ ଜିଲ୍ଲା କାଞ୍ଚନପୁର  କୋକାକାଇ ଗାଁର କୃଷ୍ଣଚନ୍ଦ୍ର ଚମ୍ପତିରାୟ  ଗତ ୫ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଏକ ୩ବର୍ଷର ଝିଅ ଅଛି । ସେ ହାଇଦ୍ରାବାଦ ରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।

ଗତ ୮ ଦିନ ତଳେ ବାପାଙ୍କର ପିଣ୍ଡ ଦେବାପାଇଁ ଗାଁକୁ ଆସିଥିଲେ । ତେବେ ସେ ଘରେ କିଛି ନକହି ୨ ଦିନ ତଳେ ଗାଁରୁ ବାହାରି ଆସିଥିଲେ । ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ କୃଷ୍ଣଚନ୍ଦ୍ର ଗତ କିଛି ଦିନ ହେବ ମଧୁ ନାମକ ଜଣେ ମହିଳାଙ୍କ ସହିତ ବାରମ୍ବାର ମୋବାଇଲରେ କଥା ହେଉଥିଲେ । ଏହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହେଉଥିଲା । କୃଷ୍ଣଙ୍କ ସ୍ତ୍ରୀ ସମ୍ପୃକ୍ତା ମହିଳାଙ୍କୁ ମଧ୍ୟ ଫୋନ୍ କରି କଥା ନହେବା ପାଇଁ ତାଗିଦ କରିଥିଲେ । ତେବେ ସେହି ମଧୁ ହିଁ ତାଙ୍କ ସ୍ବାମୀଙ୍କୁ ଡକାଇ ହତ୍ୟା କରିଥିବାର ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty + ten =