ନାବାଳକ ଚା ଦୋକାନୀ ଉପରେ ପୋଲିସବାବୁଙ୍କ ଜୁଲମ

ଭୁବନେଶ୍ୱର: ଦୋକାନ ଖୋଲିବାରୁ ପୋଲିସର ଜୁଲମ୍ । ଏପରିକି ବାରମ୍ବାର ଗୋଇଠା ମାରୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମଙ୍ଗଳବାର ଏପରି ଘଟଣା ଘଟିଛି ଭୁବନେଶ୍ୱର କେସୁରା ଅଂଚଳରେ । ସୂଚନାଅନୁସାରେ କେସୁରା ଅଂଚଳରେ ଜଣେ ନାବାଳକ ୨୯ ତାରିଖ ଦିନ ଓମଫେଡ ବୁଥରେ ଚା’ ବିକୁଥିଲେ । ଏହି ସମୟରେ ସେଠାରେ ବଡ଼ଗଡ଼ ଥାନାର ୨୯ ନମ୍ବର ପିସିଆର ପହଂଚିଥିଲା ।

ସୂଚନା ଥାଉକି, ଗତ ୨୯ ତାରିଖରେ ଲକଡାଉନ ସମୟରେ ଚା ଦୋକାନ ଖୋଲିଥିବା ନାବାଳକ ଉପରେ ପୋଲିସ ବାବୁ ଜୁଲମ ଦେଖାଇଥିଲେ । ମାଡ଼ ମାରିବା ସହ ଖରାପ ଭାଷାରେ ମଧ୍ୟ ଗାଳି ଗୁଲଜ କରିଥିବା କହିଛନ୍ତି ଦୋକାନୀ । ତେବେ ପୋଲିସର ,ଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି । ଅନ୍ୟକୁ ଦଣ୍ଡ ଦେଉଥିବା ପୋଲିସ ବାବୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସାଧାରଣରେ ଦାବି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen + 13 =