୧୪ ଓଡ଼ିଆ ପୁଲିସଙ୍କୁ ରାଷ୍ଟ୍ରପତି ଓ ପୁଲିସ ମେଡାଲ

ଭୁବନେଶ୍ୱର() ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପୁଲିସ ପଦକ ସମ୍ପର୍କରେ ଘୋଷଣା କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପୁଲିସ ପଦକ ନେଇ ଘୋଷଣା କରାଯାଇଛି । ତଦନୁଯାୟୀ ଓଡ଼ିଶାର ୧୪ ପୁଲିସଙ୍କୁ ରାଷ୍ଟ୍ରପତି ଓ ପୁଲିସ ପଦକ ପ୍ରଦାନ କରାଯିବ । ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨ ପୁଲିସଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେମାନେ ହେଲେ ଭିଜିଲାନ୍ସ ଡିଏସପି କେ. ବେଣୁଗୋପାଳ ଆଚାର୍ଯ୍ୟ ଓ କନଷ୍ଟେବଳ ବିରଞ୍ଜି ନାରାୟଣ ସାହୁ ।

ସେହିପରି ୧୨ ପୁଲିସ କର୍ମଚାରୀଙ୍କୁ ଉକ୍ରୃଷ୍ଟ ସେବା ପଦକ ପ୍ରଦାନ କରାଯିବ । ଭିଜିଲାନ୍ସ ଏଏସପି ଅଭିରାମ କର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ମହାପାତ୍ର ଏସିପି ଅନୀଲ ମିଶ୍ର ଓ ଡିଏସପି ଅନୁପମା ମହାପାତ୍ରଙ୍କୁ ଉକ୍ରୃଷ୍ଟ ସେବା ପଦକ ପ୍ରଦାନ କରାଯିବ ।

ସେହିପରି ଏଡିଏସପି ରାଜକିଶୋର ପାଇକରାୟ, ଇନସ୍ପେକ୍ଟର ଅଜୟ ଦାସ, ଇନସ୍ପେକ୍ଟର ଅତୁଲକ୍ରିଷ୍ଣା ଦାସ, ଇନସ୍ପେକ୍ଟର ସରୋଜ ପଟେଲ, ଇନସ୍ପେକ୍ଟର ନିର୍ମଳା ମହାପାତ୍ର, ସୁବେଦାର କିଶୋର ବଳବନ୍ତରାୟ, ସିପାହୀ ରଥ ଲାକ୍ରା, ହାବିଲଦାର ମହମ୍ମଦ ଫଜଲ ଉମରଙ୍କୁ ଉକ୍ରୃଷ୍ଟ ସେବା ପଦକ ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

fourteen + 13 =