ଏକକ ବ୍ୟବହାର ପ୍ଲାଷ୍ଟିକ୍ ବିକ୍ରୀରେ ଚଢାଉ

ଭୁବନେଶ୍ୱର() ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତାର ପରିପନ୍ଥି ହେବାକୁ ବିବିଧ ରଣନୀତି ଆଦରି ଥିବାବେଳେ ଆଜି, ଭୁବନେଶ୍ୱର ମହାନଗର ନିଗମର ପ୍ରୟାସ ପ୍ରଶଂସନୀୟ ବୋଲି ନାଗରିକମାନଙ୍କ ଠାରୁ ଶୁଣିବାକୁ ମିଳିଛି ।

ସ୍ୱଚ୍ଛତା ରକ୍ଷା ଏବଂ ସ୍ୱଚ୍ଛ ଅଭ୍ୟାସ ଆପଣେଇବାକୁ ଭୁବନେଶ୍ୱର ମହାନଗର ନିଗମ ସଚେତନତା ସାଙ୍ଗକୁ ଉଚ୍ଛେଦ ଏବଂ ଜବତ କାର୍ଯ୍ୟ ଚଲାଇ ଆସୁଛନ୍ତି । ଆଜି ପୂର୍ବାହ୍ନରେ ବିଶେଷ ସୂତ୍ରରୁ ଖବର ପାଇ ମହାନଗର ନିଗମର ଏନ୍ଫୋର୍ସମେକ୍ଷଗ୍ଧ ଟିମ୍ ଶହୀଦନଗର ଠାରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ଚଢାଉ ଆରମ୍ଭ କରିଥିଲେ । ଧରିଥିଲେ ଟ୍ରକ  ଟ୍ରକ ପ୍ଲାଷ୍ଟିକ୍ ଦ୍ରବ୍ୟ ।

ସ୍ଥାନୀୟ ଭବାନୀ ମଲ୍ ନିକଟରେ ଥିବା ଏକ ପ୍ରାଇଭେଟ୍ ପ୍ଲଟ୍ ନିକଟରୁ ନିର୍ମାଣ ଏକ ଭଗ୍ନାବଶେଷ ବର୍ଜ୍ୟ ନିମନ୍ତେ ଯାଇଥିବାବେଳେ ସେହି ପ୍ଲଟରେ ଚଲାବୁଲା କରୁଥିବା ଲୋକଙ୍କ ଗତିବିଧିରୁ ସନେ୍ଦହ କରି ସ୍କ୍ୱାଡ ଏହା ଭିତରେ ପ୍ରବେଶ କରିଥିଲେ ।

ଏକ ଗୋଦାମ ଭଳି ରଖାଯାଇଥିବା ସ୍ଥାନରୁ ଟ୍ରକ୍ ଟ୍ରକ୍ ଏକକ ବ୍ୟବହାର ଯୁକ୍ତ ପଲିଥିନ୍, ପ୍ଲାଷ୍ଟିକ୍ ଗ୍ଲାସ୍, ଚମଚ ଇତ୍ୟାଦି ଥିବାର ଜଣାପଡିଥିଲା । ସଙ୍ଗେ ସଙ୍ଗେ ସ୍କ୍ୱାଡରେ ଥିବା ବିଏମ୍ସି ଓ ବିଡିଏ କର୍ମଚାରୀ, ପୋଲିସ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କର୍ମଚାରୀମାନେ ଏହା ଉପରେ ସମ୍ପୂର୍ଣ୍ଣ ଚଢାଉ ଆରମ୍ଭ କରିଦେଇଥିଲେ ।

ସୂଚନା ଯୋଗ୍ୟକି, ଶହୀଦ ନଗରର ଭବନୀ ମଲ୍ ନିକଟସ୍ଥ ପ୍ଲଟ୍ ନଂ-୬୩୮,ସତ୍ୟ ସୌମ୍ୟ ଦାସଙ୍କ ଘରକୁୁ ଭଡାରେ ନେଇ ଜନୈକ ବ୍ୟବସାୟୀ ଆଲୋକ କୁମାର ବିଶ୍ୱାଳ ଏହି ବ୍ୟବସାୟ ଚଳାଇଥିବାର ଜଣା ପଡିଥିଲା । ତେବେ ଜବତ ହୋଇଥିବା ସାମଗ୍ରୀ ଗୁଡିକ ହେଲା ୭୪ କାର୍ଟୁନ୍ ପଲିଥିନ୍, ୧୦୩ କାର୍ଟୁନ୍ଚା ମଚ୍, ୫୩ କାର୍ଟୁନ୍ ଗ୍ଲାସ୍, ଦୁଇ କାର୍ଟୁନ୍ କଂଟେନର, ୦୫ କାର୍ଟୁନ୍ଥ ର୍ମୋକୁଲ୍ ଏବଂ ୦୨ କାର୍ଟୁନ୍ ଷ୍ଟ୍ର ।

ର୍ପୂବାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି କ୍ରମେ ଏବଂ ମହନଗର ନିଗମ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଦେ୍ର୍ଧଶକୁ ଭିତ୍ତି କରି ହୋଇଥିବା ନିୟମ ଅନୁସାରେ ନିୟମ ଉଲ୍ଲଘଂନକାରୀ ବ୍ୟବସାୟ ପ୍ରତିÂାନରୁ ସର୍ବୋଚ୍ଚ ୫୦ ହଜାର ଟଙ୍କା ଜୋରିମାନା ଆଦାୟ ପୂର୍ବକ  ବ୍ୟବସାୟୀ ଆଲୋକଙ୍କ ଠାରୁ ୫୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ଜବତ ସମୟରେ ମିଳିଥିବା ଏକ ବିଲରୁ ଜଣାପଡିଛି ଯେ, ୬୩୮ ଶହୀଦ ନଗରରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ରଖିଥିବା ଆଲୋକ କୁମାର ବିଶ୍ୱାଳ ଜଗତପୁରସ୍ଥିତ ବୈଷ୍ଣୋ ପ୍ଲାଷ୍ଟ୍, ପ୍ଲଟ୍ ନଂ-୫୮/ଏ, ଫେଜ୍-୨, ଏନ୍.ଆଇ.ଇ ଜଗତପୁରରୁ କିଛି ପ୍ଲାଷ୍ଟିକ୍ ସାମଗ୍ରୀ କ୍ରୟ କରିଥିବା ଜଣାପଡିଛି । ଏହାକୁ ଭିତ୍ତି କରି ଭୁବନେଶ୍ୱରର ଅନ୍ୟ ସ୍ଥାନରେ ଆହୁରୀ କିଛି ଗୋଦାମ ଠାବ ହୋଇପାରେ ବୋଲି କହିଛନ୍ତି ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର, ସାନିଟେସନ୍ । ନାଗରିକଙ୍କ ସହଯୋଗ ମିଳିଲେ ଅନେକ ସଫଳତା ଆମକୁ ସ୍ୱଚ୍ଛତା ଆଡକୁ ବାଟ ବତାଇବ କହିଛନ୍ତି ବିଏମ୍ସି କର୍ତ୍ତୃପକ୍ଷ ।

Share

Leave a Reply

Your email address will not be published. Required fields are marked *

1 × 3 =