କାଲିଠାରୁ ପଲିଥିନି ଧରିଲେ ଗଣିବେ ଟଙ୍କା

ଭୁବନେଶ୍ୱର() ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ବନ୍ଦ ହେବ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍’ ବା ‘ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍’ । ଗାନ୍ଧୀ ଜୟନ୍ତୀରୁ ନିୟମ ମାନିବାକୁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ । ତେବେ ନିୟମ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଆଧ୍ୟାତ୍ମିକସ୍ଥଳୀ, ହୋଟେଲ୍ , ରେଷ୍ଟୁରାଣ୍ଟ୍ , କାଫେ, ଭ୍ରାମ୍ୟମାଣ ଖାଦ୍ୟ କାଉଣ୍ଟର, ବିବାହ ଉତ୍ସବ, ଅନୁଷ୍ଠାନ, କାର୍ୟ୍ୟାଳୟରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ହେଲେ ସମ୍ପୃକ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସେଥିପାଇଁ ଦାୟୀ ରହିବେ । କୌଣସି ବ୍ୟକ୍ତି ବା ବ୍ୟବସାୟିକ ସଂସ୍ଥା ପଲିଥିନ୍ ପ୍ରସ୍ତୁତ କରିପାରିବେ ନାହିଁ ବା ବିକ୍ରି କରିପାରବେ ନାହିଁ । ଏଣିକି ୨୦୦ମିଲିଲିଟର ପାଣି ବୋତଲ ବ୍ୟବହାର କରିପାରିବେ ନାହିଁ ।

ତେବେ ଜରି ଧରୁଥିବା ଲୋକଙ୍କ ଉପରେ ଜରିମାନା ଏବଂ କଡା କାର୍ୟ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ସେମାନେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଜରିମାନା ଶୁଣାଇବେ । ସେହିପରି ଯେଉଁମାନେ ନିୟମ ପରେ ବି ନିୟମକୁ ଅଣଦେଖା କରୁଥିବେ ସେମାନଙ୍କୁ ୫ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ଯାଏଁ ଜରିମାନା ମଧ୍ୟ ଲାଗିବ ।

Share

Leave a Reply

Your email address will not be published. Required fields are marked *

eighteen + three =