ଫୁଲବାଣୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍

କଟକ() ଓଡ଼ିଶାରୁ ସାମାନ୍ୟ ଟଳିଲା କରୋନା ଭୟ । ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କୁ ହୋଇନି କରୋନା । ଯାଞ୍ଚ ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଥିବା ଜଣାପଡ଼ିଛି। ଏନେଇ ଊଗଋଞ ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

ଚୀନ ଫେରନ୍ତା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ କଟକ ଏସସିବିସର ସନ୍ଦିଗ୍ଧ କରୋନା ୱାର୍ଡ଼ରେ ରଖାଯାଇଛି । କରୋନା ପରୀକ୍ଷା ପାଇଁ ପୁଣେର ଏନଆଇଭିକୁ ରକ୍ତ ନମୁନା ପଠାଯାଇଥିଲା । ତେବେ ଆଜି ତାଙ୍କର ଟେଷ୍ଟ ରିପୋର୍ଟ ଆସିଛି । ରିପୋର୍ଟ ନେଗେଟିଭ ଥିବାରୁ ଫୁଲବାଣୀ ଛାତ୍ରଙ୍କୁ କରୋନା ନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଡ଼ିଶାରେ ଏବେ ସୁଦ୍ଧା ୬ ସନ୍ଦିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ରିପୋର୍ଟ ନେଗେଟିଭ୍ ଆସିଛି । ଏବେ ଜଣେ ମହିଳା କରୋନା ସନ୍ଦିଗ୍ଧ ଭାବେ ଚିହ୍ନଟ ହୋଇଥିବା ବେଳେ ତାଙ୍କ ରିପୋର୍ଟ ଆସିନାହିଁ।

ଅପରପକ୍ଷେ କରୋନାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ବେଡ୍ ଓ ମୁଖ୍ୟ ହସ୍ପିଟାଲ୍ରେ ୩୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏସ୍ସିବିରେ ଶଯ୍ୟା ସଂଖ୍ୟା ୮୪ରୁ ୧୫୦କୁ ବୃଦ୍ଧି କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରରେ କେନ୍ଦ୍ର ପକ୍ଷରୁ ସ୍କ୍ରିନି କରାଯିବା ସହ ଥର୍ମାଲ କ୍ୟାମେରା ଲାଗିଥିବା ସୂଚନା ଦେଇଛନ୍ତି ଊଗଋଞ ଡାକ୍ତର ସିବିକେ ମହାନ୍ତି ।

Share

Leave a Reply

Your email address will not be published. Required fields are marked *

five × 2 =