ନଜର ପକାନ୍ତୁ ଆଜି କେଉଁଠି କେତେ ଟଙ୍କା ରହିଛି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ତେଳ ଦର । ସେ ପେଟ୍ରୋଲ ଡିଜେଲ ହେଉ ବା ଖାଇବା ତେଲ । ସବୁଦର ଏବେ ମହଙ୍ଗା ହେବାରେ ଲାଗିଛି । ଯାହାକି ସିଧା ସଳଖ ମଧ୍ୟବିତ୍ତଙ୍କ ମୁଣ୍ଡରେ ଚଢ଼କ ପଡିଛି । ପେଟ୍ରୋଲ ଦର ରାଜ୍ୟରେ ୧୦୦ ପାର କରି ସାରିଲାଣି । ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୩୫ ପଇଷା ବୃଦ୍ଧି ପାଇ ଲିଟର ପ୍ରତି ୯୯.୫୧ ଟଙ୍କାରେ ପହଂଚିଛି । ସେହିଭଳି ଡିଜେଲ ଦର ୧୮ ପଇସା ବୃଦ୍ଧି ପାଇ ୮୯.୩୬ ରେ ପହଂଚିଛି ।

ସେହିଭଳି ଚେନ୍ନାଇରେ ପେଟ୍ରୋଲ ୧୦୦.୪୪ ଟଙ୍କା ପ୍ରତି ଲିଟର ଓ ଡିଜେଲ ପ୍ରତି ଲିଟରର ଦାମ ୯୩.୯୧ ଟଙ୍କା ରହିଛି । ସେହିଭଳି ଦିଲ୍ଲୀ ଓ କୋଲକତାରେ ପେଟ୍ରୋଲ ସେଞ୍ଚୁରୀ ମାରିବା ଅବସ୍ଥାକୁ ଆସି ଯାଇଛି । କୋଲକତାରେ ପେଟ୍ରୋଲ ଲିଟର ୯୯.୪୫ ଟଙ୍କା ରହିଛି ଓ ଡିଜେଲ ୯୨.୨୭ ଟଙ୍କା । ହେଲେ ଦ୍ୱିତୀୟ ମେଟ୍ରୋସିଟି ମୁମ୍ବାଇରେ ପେଟ୍ରୋଲ ୧୦୫.୫୮ ଟଙ୍କାରେ ପହଂଚିଛି ।

Share

Leave a Reply

Your email address will not be published. Required fields are marked *

1 × 5 =